ଜଷ୍ଟିସ ସଂଜୟ ମିଶ୍ରଙ୍କ ମାତୃବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ ମିଶ୍ରଙ୍କ ମାଆ ତଥା ସୁନାମଧନ୍ୟ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ବିୟୋଗ ହୋଇଯାଇଛି । କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ରହିଥିଲେ । ଶନିବାର ଦିନ ୨.୩୦ମିନିଟ ସମୟରେ ତାଙ୍କ ବଲାଙ୍ଗିର ଟିକ୍ରାପଡାସ୍ଥିତ ବାସଭବନରେ ୮୦ବର୍ଷ ବୟସରେ ବିୟୋଗ ହୋଇଥିବା ବେଳେ ଆଜି ତାଙ୍କ ନିଜ ଗ୍ରାମ ଛତାମଖନା ନିକଟସ୍ଥ ସୁକତେଲନଦୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ବହୁ ବିଶିଷ୍ଟ ବ୍ୟକ୍ତି ବିଷେଶ ତାଙ୍କ ବାସଭବନକୁ ପହଞ୍ଚି ଶେଷଦର୍ଶନ କରିଥିଲେ । ଜ୍ୟୋତିର୍ମୟୀ ସୋନପୁର ଗଡଜାତର ମାଜିଷ୍ଟ୍ରେଟ ସ୍ୱର୍ଗତ ରାମଚନ୍ଦ୍ର ତ୍ରୀପାଠୀଙ୍କ ସାନଝିଅ ତଥା ଓଡିଶାର ପୂର୍ବତନ ପୋଲିସ ଡିଜି ଅମୀୟଭୂଷଣ ତ୍ରୀପାଠୀଙ୍କ ଭଉଣୀ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଗଭୀର ଶୋକପ୍ରକାଶ ପାଇଛି । ଆଜି ତାଙ୍କର ଛତାମଖନାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଜଷ୍ଟିସ ସଂଜୟ ମିଶ୍ର ମୁଖାଗ୍ନୀ ଦେଇଥିଲେ । ଶେଷକୃତ୍ୟରେ ତାଙ୍କ ବଡପୁଅ ଜଷ୍ଟିସ ସଂଜୟ, ସାନପୁଅ ଅଜୟ, ଚାରିଝିଅ ବିଜୟଲକ୍ଷ୍ମୀ, ହେମାଙ୍ଗିନୀ, ଚୟନୀକା ଓ ମୌସୁମୀ, ଜ୍ୱାଇଁ ବୃନ୍ଦାବନ ଟାଲି, ଗଣେଶ ଦାସ ଓ ପ୍ରକାଶଚନ୍ଦ୍ର ହୋତା ପ୍ରମୁଖଙ୍କ ସହିତ ବହୁବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.