csstore

ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟିଲେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟି ବଲାଙ୍ଗିର ଜିଲ୍ଲାରେ ଥିବା ସରକାରୀ କଲେଜ ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର +୩ରେ ନୂତନ ବିଭାଗ ଯଥା ସାଇକୋଲୋଜି, ସୋସିଓଲୋଜି, ହୋମ୍‌ସାଇନ୍ସ ଓ ଏନ୍‌ଥ୍ରୋପୋଲୋଜି ବିଭାଗ ଖୋଲିବା ପାଇଁ ନିବେଦନ କରିବା ସହିତ କେତେକ ବିଭାଗରେ ସିଟ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି । ବଲାଙ୍ଗିରର ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ବଲାଙ୍ଗିର କଲେଜ, ପଞ୍ଚାୟତ ସମିତି କଲେଜ ସଇଁତଲା, ଲୋଇସିଂହା ଡିଗ୍ରୀ କଲେଜର ଉନ୍ନତି କରିବା ସହିତ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ କିପରି ଉଚ୍ଚ ଶିକ୍ଷା ଲାଭ କରିପାରିବେ ସେ ସବୁ ବିଷୟରେ ଡ. ପ୍ରଭାବତୀ ଗୁରୁଙ୍କ ସହ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.