jayashree

ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଆବଶ୍ୟକତା ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲାକୁ ଶିକ୍ଷାର ରାଜଧାନୀ କୁହାଯାଉଥିଲା । ବ୍ୟାପକ ଭିତ୍ତିଭୂମି ଥିବା ସତ୍ତ୍ବେ ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବ ଅଛି ବୋଲି ଏନ୍‌ଆଇଟିର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି । ନିର୍ମଳ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାଧିକା ରିଜେନ୍ସିଠାରେ ଉପରୋକ୍ତ ଆଲୋଚନାଚକ୍ର ଓ ରଜ ଉତ୍ସବ ପାଳନ ଅବସରରେ ଡଃ ଷଡଙ୍ଗୀ ଛୋଟପିଲାଙ୍କ ସ୍ୱପ୍ନରେ ବାଧକ ଯେପରି ନହୁଏ, ଏଥିପାଇଁ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଭିଭାବକଙ୍କ ଇଛାକୁ ପିଲାମାନଙ୍କ ଉପରେ ଲଦିଲେ ଫଳ ଭଲ ହୋଇନଥାଏ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଗରେ ବସୁଥିବା ପିଲା ଓ ପଛରେ ବସୁଥିବା ପିଲାଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦେଇଥିଲେ । ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବକୁ ଆଣ୍ଟି ନିର୍ମଳା ପ୍ଲେ ସ୍କୁଲ ପୂରଣ କରିପାରିବ ବୋଲି ସେ ଆଶାପ୍ରକଟ କରିବା ସହ ପୂର୍ବର ଶିକ୍ଷା ଓ ସାମ୍ପ୍ରତିକ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଟ୍ରଷ୍ଟି ରବି ଦାସଙ୍କ ଆବାହକତ୍ୱ ଓ ରୋଟାରୀଆନ ସ୍ମିତା ଆଥେରିଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଏଭି ପବ୍ଲିକ୍ ସ୍କୁଲର ପଶ୍ଚିମାଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଲୋକନାଥ ପ୍ରଧାନ, କୋଏଲ ଫ୍ରେସର ମୁଖ୍ୟ ଆଶୁତୋଷ, ଗୁରୁନାନକ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଡଃ ମନଭିନ କୌର, ସେକ୍ଟର ୧୬ ଡଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର, ସେକ୍ଟର ୨ କଳିଙ୍ଗ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଡଃ ଶରତ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ମତ ବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସର୍ବଶ୍ରୀ ସୁରେନ୍ଦ୍ର ଦାଶ, ଶାନ୍ତି ଦାଶ, ଏସ୍‌ଏନ୍‌ ଦାଶ, ବିଜୟ ମିଶ୍ର, ଅନୁପମ ଗୁପ୍ତା, ଡଃ ଅଞ୍ଜନା ମୈତ୍ର, ରାଜା ମହାନ୍ତି, କୁଞ୍ଜବିହାରୀ ରାଉତ, ବିଷ୍ଣୁଦୟାଲ ଅଗ୍ରୱାଲ, ସୁନିଲ୍ କୟାଲ, ଶ୍ରୀ ଟିବ୍ରେୱାଲ, ହରଜିତ ସିଂ ଚଢା, ସନ୍ତକ ସିଂ ଭୁଏ, ସୁସ୍ମିତା ଚୌଧୁରୀ, ମଧୁସ୍ମିତା ସେନ୍, ଅଶୋକ କକ୍କଡ, ଦେବକୁମାର ଚୌଧୁରୀ, ଅମ୍ରିତା ସରକାର, ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.