ବଲାଙ୍ଗିର, (କେପିଏନ୍ଏସ୍) : ଚାକିରି ନା’ରେ ଠକେଇ କରିଥିବା ଅଭିଯୋଗ ନେଇ ଜଣେ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମର ଅନୁପମା ନାଏକଙ୍କୁ ବଲାଙ୍ଗିର ସହର ସାଲେପାଲିର ଲୋକାନ୍ତି ମେହେର ନାମକ ଜଣେ ଯୁବତୀ ଯୋଗାଯୋଗ କରିଥିଲେ । ତାଙ୍କୁ କମ୍ପ୍ୟୁଟର କାମ ଦେବାକୁ କହି ତାଙ୍କ ଠାରୁ ୧୩ ହଜାର ୪୦୦ ଟଙ୍କା ନେଇଥିଲେ । ଯୁବତୀ ଜଣକ ତାଙ୍କର ଅଫିସ ବଲାଙ୍ଗିର ସହର ଯାଦବ ଭବନଠାରେ ଥିବା ତାଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପରେ ଅନୁପମା ଏହି କାମ କରିବାକୁ ଅମଙ୍ଗ ହୋଇ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ୧୦ ଜଣ ପିଲା ଯୋଗାଡ଼ କଲେ ଯାଇ ଟଙ୍କା ଫେରସ୍ତ ମିଳିବ ବୋଲି ସେମାନେ କହୁଥିବା ଅଭିଯୋଗ କରିଥିଲେ । ଏନେଇ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହିତ ତାଙ୍କର ଟଙ୍କା ଫେରସ୍ତ କରିବାକୁ ଦାବୀ କରିଛନ୍ତି ।
Next Post