oom

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

jsmm

ଡେଲାଙ୍ଗ, (ଦିଲ୍ଲୀବ କୁମାର ଧାଉଡିଆ) : ବାଲେଶ୍ୱରର ବାହାନାଗଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦ୍‌ଗତି କାମନା ନିମନ୍ତେ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଏବଂ ରାଧାମୋହନ ଦେବ ବ୍ୟବସାୟୀ ସଙ୍ଘ ପକ୍ଷରୁ ଘୋରଡ଼ିଆ ହାଟ ବଜାର ଠାରେ ଦୁଇ ମିନିଟ ସାମୁହିକ ନିରବ ପ୍ରାର୍ଥନା ଓ ମହମବତୀ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅସମୟରେ ଚାଲିଯାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭଗବାନ ଏ ଦୁଃଖ ସମୟରେ ସହାୟକ ହୁଅନ୍ତୁ । ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତାପ ଚନ୍ଦ୍ର ପଳେଇ, ବେଣୁଧର ମଙ୍ଗରାଜ, ଚିତ୍ତରଞ୍ଜନ ରାଉତରାୟ, ଦିଲ୍ଲୀପ କୁମାର ଧାଉଡ଼ିଆ, କ୍ଷେତ୍ର ମୋହନ ବରାଳ, ଫଗୁ ରଣା, ଦୀନବନ୍ଧୁ ବଳିୟାରସିଂହ, ଅଜୟ ମାର୍ଥା, ପ୍ରଦୀପ ବେହେରା, ତ୍ରିନାଥ ବରାଳ, ପୂର୍ଣ୍ଣ ଚନ୍ଦ୍ର ପରିଡା, ସୁଶାନ୍ତ ପୃଷ୍ଟି, ଧୂଳିରାମ ବଳିୟାରସିଂହ, ସୁଶାନ୍ତ ପଉଦୁଆର, ଦେବରାଜ ବିଶ୍ୱାଳ, ଭାସ୍କର ବଳିୟାରସିଂହ, ଅଶୋକ ହରିଚନ୍ଦନ, ସଞ୍ଜୟ ପରିଡା, ବାବୁରାମ ଦାସ, ପ୍ରଶାନ୍ତ ପଉଦାର ନବକିଶୋର ପାତ୍ର, କାହ୍ନୁ ଚରଣ ମଲ୍ଲିକ, କାହ୍ନୁ ସାହୁ, ଭଗବାନ ମଣ୍ଡଳ, ଦୁର୍ଗା ପ୍ରସାଦ ସାହୁ, ପ୍ରଶାନ୍ତ ଦେବତା, କାହ୍ନୁ ମାର୍ଥା, ସିଦ୍ଧାନ୍ତ ବାରିକ, ବିଶ୍ୱନାଥ ଜେନା, ତ୍ରିଲୋଚନ ମହାପାତ୍ର, ମୁରଲୀଧର ସାହୁ, ବିଜୟ ଜେନା, ଅମୁଲ୍ୟ ନିଶଙ୍କ, ଦାଶରଥି ବଳିୟାରସିଂହ, ମନୋରଞ୍ଜନ ସମେତ ଶହେରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.