ପୁରୁଣାପାଣିରେ ୨ୟ ବାର୍ଷିକ ଶୀତଳଷଷ୍ଠୀ ମହୋତ୍ସବ ଉଦ୍‌ଯାପିତ

  • ସତୀ ବୃନ୍ଦାବତୀଙ୍କ ସତୀତ୍ୱ ନଷ୍ଟ ପରେ ଜଳନ୍ଧର ବଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ନିକଟରେ ଥିବା‌ ସୁଲିଆ ପାହାଡ଼ର ପାଦ ଦେଶରେ ୪ଦିନ ଧରି ହେଉଥିବା ୧୯ତମ ଶିବ ବିବାହ ଉପଲକ୍ଷେ ୨ୟ ବାର୍ଷିକ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ସାଂସ୍କୃତିକ ସଭାରେ ପରିଚାଳନା କମିଟିର ସଭାପତି ଚକ୍ରଧର ମଲ୍ଲିକ ସ୍ୱାଗତ ସମ୍ବର୍ନ୍ଧନା କରିଥିବା ବେଳେ ସଂପାଦକ ମୟ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତିଶ କୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ, ଟିଟଲାଗଡର ଅଜିତ ଭୋଇ ଓ ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ଦେଓଗାଁ ବ୍ଲକ କାନ୍ତେଶ୍ୱର ପଧାନ, ଡୁମ୍ବେରପିଟା ସମିତି ସଭ୍ୟ ସଂକିର୍ତ୍ତନ୍ୟ ବାଗ, ଗବେଷକ ଟିଟିଲାଗଡ଼ ରାଜୀବ ସରଗରିଆ ଓ ଉପରଝର ପେକ୍ସ ସଭାପତି କପିଲେଶ୍ୱର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଳନ୍ଧରର କପିଳାସପୁର ଆକ୍ରମଣ, ସତୀ ବୃନ୍ଦାବତୀର ସତୀତ୍ୱ ନଷ୍ଟ ଏବଂ ଜଳନ୍ଧର ବଧ ଅଭିନୀତ ହୋଇଥିଲା । ଜଳନ୍ଧର ଭୂମିକାରେ ବରିଷ୍ଠ କଳାକାର ଅନୀଳ ନାଏକ ଅଭିନୟ କରିଥିବା ବେଳେ ଇନ୍ଦ୍ର-ପଞ୍ଚାନନ ବେହରୋ, ଗୁରୁ ଶୁକ୍ରାଚାର୍ଯ୍ୟ- ଦଶରଥ ସାହୁ, ଶିବ- ଶିବ ଭୋଇ, ବରୁଣ ଦେବ- ଶିବ ପଟେଲ, ସେନାପତି- ଘନଶ୍ୟାମ ଦାଶ, ପାର୍ବତୀ- ସନୁ ବାଗ, ବୃନ୍ଦାବତୀ- ଦିବାକାର ଦାଶ, ବ୍ରହ୍ମଦେବ- ଅମୃତ ସାହୁ ପ୍ରମୁଖ ଅଭିନୟ କରିଥଲେ ।

ସୂଚନାଯୋଗ୍ୟ ଯେ, ଦେଓଗାଁ ଓ ପୁଇଁନ୍ତଲା ବ୍ଲକର ୮ଟି ପଞ୍ଚାୟତର ଯଥା ଦେଓଗାଁ ବ୍ଲକର ମକୁନ୍ଦପୁର, କୁଲତାପଡ଼ା ଅର୍ଜୁନପୁର, ଘୁଡ଼ଖାପଲା, ବଡ଼ବାହାଲ ଓ ଗୌଡ଼ଗୋଠ ସହ ପୁଇଁନ୍ତଳା ବ୍ଲକର ମହିମୁଣ୍ଡା ଏବଂ ଆଠଗାଁ ମୋଟ ୮ଟି ପଞ୍ଚାୟତର ପ୍ରାୟ ୪୦ଟି ଗାଁର ଲୋକଙ୍କୁ ନେଇ ଗଠିତ ହୋଇଥିବା କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ପ୍ରବଳ ଜନସମାଗମ ଦେଖାଯାଇଥିଲା । ଏହି ଆଞ୍ଚଳିକ ଶୀତଳଷଷ୍ଠି ମହୋତ୍ସବ କମିଟିର ସଭାପତି ତଥା ପୂର୍ବ ସରପଞ୍ଚ ଚକ୍ରଧର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ଦାଶ ଓ ରଘୁ ଅରକ୍ଷିତ ବିଶ୍ୱାଲ, ସଂପାଦକ ଭାବେ ମୟ ପ୍ରଧାନୀ, ସହ ସଂପାଦକ ଅନନ୍ତ ଚୌହାନ ଓ ଉମାକାନ୍ତ ଜାଲ ଏବଂ କୋଷାଧ୍ୟକ୍ଷ ଭାବେ ପରମେଶ୍ୱର ନାଏକ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!