oom

ଆର୍ଥିକ ସାକ୍ଷରତା କର୍ମଶାଳା

jsmm

କଳାହାଣ୍ଡି, (ପି.କେ. ସାହୁ) : ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟ ବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ୩୦ ହଜାର କୋଟି ଜମାଟଙ୍କାର ବର୍ତମାନ ଯାଏଁ କୌଣସି ଦାବୀ ଦାର ନାହାନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ୍ ଗୁଡ଼ିକର ସେବା ତଥା ଆର୍ଥିକ ସାକ୍ଷରତା ବିଷୟରେ ବ୍ୟାଙ୍କର ଗ୍ରାହକମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି ।

ସାଧନ ନୂଆଦିଲ୍ଲୀ ସହାୟତା ତଥା ସମ୍ପର୍କ ଫିନ୍ ସର୍ଭିସେସ୍ ଆୟୋଜନରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭା ଗୃହଠାରେ ଆୟୋଜିତ ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ଧନବଲ ସାଗର (ଷ୍ଟେଟ ବ୍ୟାଙ୍କ ମ. ରାମପୁର ଶାଖା), ଦୀପ୍ତି ନାୟକ (ବିପିଏମ, ଓଡିଶା ଜୀବିକା ମିଶନ), ସତ୍ୟବାନ ସାହୁ (ବିପିସି, ମିଶନ ଶକ୍ତି) ଯୋଗ ଦେଇ ବ୍ୟାଙ୍କ ଖାତା ପରିଚାଳନା, ବ୍ୟାଙ୍କ୍‌ର ବିଭିନ୍ନ ନୀତି ନିୟମ, ସଂଚୟ ଓ ଋଣ ପ୍ରକ୍ରିୟା ଓ ବ୍ୟବସାୟ ଭିତ୍ତିକ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକରୁ ୬୦ରୁ ଅଧିକ ସ୍ୱୟଂ ସହାୟକ ଦଳର ପ୍ରତିନିଧି, ସିଆର୍‌ପି ଓ ଏମ୍‌ବିକେମାନେ ଅଂଶ ଗ୍ରହଣ କରିଥିଲେ
ତାଲିମଦାତା ହିସାବରେ ବିମଳକାନ୍ତ ପଣ୍ଡା ଓ ପ୍ରକାଶ ସାହୁ ଆର୍ଥିକ ସାକ୍ଷରତା, ଡିଜିଟାଲ ସେବା ଓ ସୁରକ୍ଷିତ ବ୍ୟାଙ୍କ ସେବା, ସଞ୍ଚୟ ଯୋଜନା, ଋଣ ଯୋଜନା, ବିମା ଯୋଜନା ଓ ପେନସନ ଯୋଜନା ଉପରେ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ମମତା ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.