ଡୁଙ୍ଗୁରିପାଲି ନୂତନ କଳାକାର ସଂଘ ଗଠିତ

  • କଳାକାର ବଂଚିଲେ କଳା ବଂଚି ରହିବ

ସାଲେଭଟା, (କେପିଏନ୍‌ଏସ୍‌) : କଳାକାର ବଂଚିଲେ କଳା ବଂଚି ରହିବ । ଏହାକୁ ସବୁଦିନ ପାଇଁ ବଂଚାଇ ରଖିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଲୁହୁରାମୁଣ୍ଡା ଫାସଡ ଶିବ ମନ୍ଦିରଠାରେ ନୂତନ କଳାକାର ସଂଘ ଗଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୯ଟି ଗ୍ରାମ ପଂଚାୟତରେ ଥିବା ଆକାଶବାଣୀ, ଦୂରଦର୍ଶନ, ଲେଖକ, ଗାୟକ, ବାଦକ, ନାଟ୍ୟ ଅଭିନେତା ତଥା ବିଭିନ୍ନ କ୍ଷେତ୍ରରେ କଳା ଅର୍ଜନ କରିଥିବା କଳାକାରମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାୟାଧର ପଧାନ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସାନ୍ତନୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡିଶା କୋଶଲ ସାମ୍ବାଦିକ ସଂଘର ଆବାହକ ରତ୍ନାକର ସେଠ, ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ସାମ୍ବାଦିକ ସାଗର ଜେନା, ସାମ୍ବାଦିକ ବିରାଜନନ୍ଦ ପାଢ଼ୀ, ଆଗଲପୁର ବ୍ଲକ କଳାକାର ବରୁଣ ଶତପଥୀ, ବ୍ରଜମୋହନ ଘିଭେଲା ଓ ହୃଷିକେଶ ନାଏକ ପ୍ରମୁଖ ଯୋଗଦାନ କରିଥିଲେ । କଳାକାର ବଂଚିଲେ କଳାବଂଚି ରହିବ, ସଂସ୍କୃତି ସୁରକ୍ଷାରେ କଳାକାରମାନଙ୍କ ଭୂମିକା ଉପରେ ଏଥିରେ ଯୋଗଦାନ କରିଥିବା ଅତିଥିମାନେ ଆଲୋକପାତ କରିଥିଲେ । ଏଥିରେ କଳାକାରମାନଙ୍କ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଆଲୋଚନା ହୋଇଥିଲା । କଳାକାର ବଂଚିଲେ କଳାବଂଚି ରହିବ ବୋଲି ମତ ପ୍ରକାଶ ପାଇଥିଲା । ଗ୍ରାମାଂଚଳ କଳାକାରମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏକ ନୂତନ କଳାକାର ସଂଘ ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ନଟରାଜ କଳାକାର ମଂଚ ନାମରେ ନାମିତ କରାଯାଇଛି । ଏଥିପାଇଁ ନୂତନ କର୍ମକର୍ତ୍ତା ଗଠନ କରାଯାଇଛି । ସଭାପତି ଭାବରେ ମାୟାଧର ପଧାନ, ଉପ ସଭାପତି ଶ୍ରୀନିବାସ ମିଶ୍ର, ସଂପାଦକ ମହାଦେବ ଭୋଇ, ସହ ସଂପାଦକ ଉଦ୍ଧବ ବାରୀକ, କୋଷାଧ୍ୟକ୍ଷ ଯୋଗେଶ୍ୱର ପୁଟେଲ, ପରିଚାଳନା କମିଟି ସଭ୍ୟ ଭାବରେ ସୁମନ୍ତ ସାହୁ, ସୀତାରାମ ତ୍ରିପାଠୀ, ପ୍ରମୋଦ ଭୋଇ, ନିମାଇଁ ଚରଣ ଦାଶ, ପବିତ୍ର ଦାଶ, ପଂଚାନନ ଘିଭେଲା ପ୍ରମୁଖ ରହିଛନ୍ତି । ସେହିପରି ଉପଦେଷ୍ଟା ଭାବରେ ଦୁଲ୍ଲଭ ସେଠ, ଶିବ ଦଣ୍ଡସେନା, ସତ୍ୟବନ୍ତ ବରିହା, ଅଶୋକ ନାଏକ, ଆନନ୍ଦ ପୁରୋହିତ, ଗୋବିନ୍ଦ ହୋତା, ସଂକୀର୍ତ୍ତନ୍ୟ ସାହୁ, ବଳଭଦ୍ର ଜାଲ, ଶେଷଦେବ ଦଣ୍ଡସେନା, ଜୟ ପାଣ୍ଡେ, ସିଦ୍ଧାର୍ଥ ଦାଶ, ତ୍ରୀଲୋଚନ ପୁଟେଲ, ନିରାକାର ମେହେର, ସତ୍ୟବାନ ମନହୀରା, ଅଭି ଭୁଏ, ରୋହିତ ବାଗ, ଟିକେଶ୍ୱର ବିଶ୍ୱାଳ, ବିଷ୍ଣୁ ମାଝି, ମୋହନ ବରିହା, ରାଜେନ୍ଦ୍ର ସ୍ୱାଇଁ, ପ୍ରବୀଣ ଭୋଇ ଓ କୋବର୍ଦ୍ଧନ ପଧାନ ପ୍ରମୁଖ ମନୋନୀତ ହୋଇଥିଲେ । ଏହାକୁ ଲେଖକ କଳାକାର ଥବୀର ସାହୁ ସଂଯୋଜନା କରିଥିବା ବେଳେ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.