p purohi

ଲାଠିକଟା ପାଇଁ ଗୌରବ ଆଣିଲେ ଯଶୋଧାରା

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦ୍ଵାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ଲାଠିକଟା ଏସବିଆଇ କଲୋନୀ ନିବାସୀ ଝସକେତନ ନାୟକ ଏବଂ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯଶୋଧାରା ନାୟକ ୯୫% ମାର୍କ ରଖି ଲାଠିକଟା ପାଇଁ ଗୌରବ ଆଣିଛନ୍ତି । ଯଶୋଧାରାଙ୍କ ଏଭଳି ସଫଳତା ପରେ ପରିବାର, ଆତ୍ମୀୟ ସଜ୍ଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଜି ଲାଠିକଟାର ଅନେକ ବୁଦ୍ଧିଜୀବୀ ତଥା ଶିକ୍ଷାପ୍ରେମୀମାନେ ଯଶୋଧାରାଙ୍କ ବାସଭବନକୁ ଆସି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଯଶୋଧାରା ଭବିଷ୍ୟତରେ ଜଣେ ସର୍ବ ଭାରତୀୟ ସ୍ତରର ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.