jayashree

ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟିଲାଗଡ଼ ଦ୍ଵାରା ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜନ କରାଯାଇଛି । ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବୀନ ଚନ୍ଦ୍ର ନାୟକ, କମକେନ୍ଦୁ ପାଲ ଅତିରିକ୍ତ ସିଇଓ ଓରମାସ ବଲାଙ୍ଗିର, ମନବୋଧ ମାଝୀ ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ଓ ସଞ୍ଜୀବ କୁମାର ପଟ୍ଟନାୟକ ସମ୍ପାଦକ ଆଶା ଟିଟିଲାଗଡ । ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ଉତ୍ପାଦକ କମ୍ପାନୀ ଯଥା ଜାଡେନ ଟିଟିଲାଗଡ଼, କୃଷକ ଉତ୍ପାଦକ କମ୍ପାନୀ ବଙ୍ଗୋମୁଣ୍ଡା, ସମ୍ବଳ ଶକ୍ତି ଖୋଲାନ, ଟିଟିଲାଗଡ଼ ଫାର୍ମର ପ୍ରଡ୍ୟୁସର କମ୍ପାନୀ ବାଗଡର, ମା’ ଲକ୍ଷ୍ମୀ ଦିବ୍ୟାଙ୍ଗ ମୁରିବହାଲ, ବଙ୍ଗୋମୁଣ୍ଡା ଚାଷୀ ଓ ଶଗଡ଼ଘାଟର ଚାଷୀମାନଙ୍କ ସୁସ୍ୱାଦୁ ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ତଥା ବିକ୍ରୟ କରାଯାଉଛି । ଉକ୍ତ ଆମ୍ବ ମେଳା ଦ୍ୱାରା ଅଞ୍ଚଳର ଆମ୍ବ ଚାଷୀ, ଉତ୍ପାଦକ କମ୍ପାନୀ ଓ ସ୍ୱୟଂ ସହାୟକ ଦଳ ନିଜର ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରୟ କରି ଲାଭବାନ ହୋଇପାରିବେ । ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କର ପ୍ରଚେଷ୍ଟା ଫଳରେ ଆମ୍ବ ମେଳା ଆୟୋଜନ କରାଯାଇ ଉପଖଣ୍ଡ ଅଞ୍ଚଳର ଆମ୍ବ ଚାଷୀମାନଙ୍କ ଆମ୍ବ ବିକ୍ରୟ ପାଇଁ ଏହା ଭଲ ପ୍ରୟାସ । ଉକ୍ତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମାଝୀ, ସର୍ବେଶ୍ଵର ଗଡତ୍ୟା, ପ୍ରଦୀପ ସାହୁ, ସତିଶ କୁମାର ଦେହୁରୀ, ମାନସ ସାହା, ପିତାମ୍ବର କୁମ୍ଭାର, ଜିପ୍ତା ନାଗ, ଗୋଲାପ ନାୟକ, କ୍ଷୀରୋଦ ଛୁରା, ପରମେଶ୍ୱର ରଣା, କାଲିନ୍ଦ୍ରି ରଣା, ଯୁଗେଶ୍ୱର୍ କଟା, ବିରାଜ ରଣା, ବିକାଶ ସାହୁ,ସରୋଜ ସାହୁ, ନୀଳାମ୍ବର ତାଣ୍ଡି ପ୍ରମୁଖ ସହାୟତା କରିଥିଲେ । ସାତ ଦିନ ଧରି ଏହି ଆମ୍ୱ ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.