ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ

ଢେଙ୍କାନାଳ : ଢେଙ୍କାନାଲ ସଦର ବନାଞ୍ଚଳର ଦିନବନ୍ଧୁପୁର ଗାଁ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ହାତୀ ଆକ୍ରମଣରେ ଯାଇଛି ଜଣଙ୍କର ଜୀବନ । ଖବର ଅନୁଯାୟୀ କରଡାମଡ଼ା ଗାଁର ଶରତ ଦେହୁରି ଦିନବନ୍ଧୁପୁର ଗାଁ ଛକକୁ ଆସୁଥିଲେ । ଏହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ହାତୀ ଆକ୍ରମଣଜନିତ ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବନ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!