ରାଜଧାନୀରୁ କଫ୍‌ ସିରଫ୍‌ ଜବତ ଘଟଣା : ଏମ୍‌ଏସ୍‌ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର : ରାଜଧାନୀରୁ କୋଡିନ କଫ୍‌ ସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି । ଅହମ୍ମଦାବାଦ ପରେ ଏବେ ହିମାଚଳ ପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି । ଏମ୍‌ଏସ୍‌ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫ୍‌ ସିରଫ୍‌ ଆସୁଥିଲା ବୋଲି ଜଣାଯାଇଛି । ସେପଟେ ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ । ପ୍ରବୀଣଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । ଗତ ୩ ବର୍ଷ ହେଲା ଜିଏସ୍‌ଟି ଫାଙ୍କିଥିବା ନେଇ ପୁଲିସ ପାଖରେ ସୂଚନା ପହଞ୍ଚିଛି । ଏଣେ ଫାର୍ମା ଲାଇସେନ୍ସ ରଦ୍ଦ ପାଇଁ ପ୍ରୟାସ ଆରମ୍ଭ କରିଛି ପୁଲିସ । ଆବଶ୍ୟକସ୍ଥଳେ ରାଜ୍ୟ ବାହାରକୁ ଗସ୍ତ କରି କମିସନରେଟ ପୁଲିସ ଏହାର ତଦନ୍ତ ଚଳାଇବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.