pr

ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଲା ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅନ୍ତର୍ଗତ ପଣ୍ଡରିପାଣି ନିବାସୀ ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛି ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା । ଯାଦବ ମହାସଭା ପକ୍ଷରୁ କୁହାଯାଇଛି ଯେ, ଗତ ଫେବୃୟାରୀ ମାସ ୧୬ ତାରିଖ ଦିନ ପଣ୍ଡରିପାଣି ନିବାସୀ ପଦ୍ମନ ହଂସଙ୍କୁ ହତ୍ୟା କରାଯାଇଥିବା ନେଇ ମୁରିବାହାଲ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହତ୍ୟାକାରୀମାନଙ୍କୁ ଗିରଫ୍‌ କରାଯାଇ ନଥିବା ବେଳେ ଦୋଷୀମାନେ ନିଃସଂକୋଚରେ ବାହାରେ ବୁଲୁଛନ୍ତି । ଏଣୁ ଘଟଣାର ଉଚିତ୍‌ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପୂର୍ବକ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଦାବୀ କରାଯାଇଛି ।

nrusinghnath
Leave A Reply

Your email address will not be published.