ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଠାରୁ ୦୪/୦୫/୨୦୨୩ ପର୍ଯ୍ୟନ୍ତ ତିନିଦିନ ବ୍ୟାପି କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା, ଡେଲାଙ୍ଗ, ପୁରୀ ପରିସରରେ ଭାଇଚାରା ଓ ଅସ୍ମିତାର ପର୍ବ ‘୫ମ ଜାତୀୟ ଗ୍ରାମୀଣ ଉତ୍ସବ’ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗ ଦେଉଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ହେଲେ ଡ଼. ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ କବି ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ, ଡ଼. ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କିଟ୍ ଓ କିସ୍ ଓ ସାଂସଦ, ପ୍ରଫୁଲ ଚନ୍ଦ୍ର ଘଡେ଼ଇ, ଡ଼. ମୀନତି ବେହେରା, ମହିଳା କମିଶନର, ଓଡ଼ିଶା, ରଂଜନ କୁମାର ଦାସ, ଆଇଏଏସ୍, ନିର୍ଦ୍ଦେଶକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଡ଼. ସଂଘମିତ୍ରା ପତି, ନିର୍ଦ୍ଦେଶକ, ଆରଏସ୍ଆରସି, ଭୁବନେଶ୍ୱର, ପି.କେ. ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ଓ ମୁଖ୍ୟ, ଏମଏସଏମଇ, ବିକାଶ ସଂସ୍ଥାନ, କଟକ, ବବି ମିଶ୍ର, ବିଶିଷ୍ଟ ସିନେ ତାରକା, ବିଚିତ୍ରାନନ୍ଦ ଦେଓ, କଣ୍ଠଶିଳ୍ପୀ, ବିଷ୍ଣୁପଦ ସେଠୀ, ଆଇଏଏସ୍, ପ୍ରମୁଖ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ, ଓଡିଶା, ସମର୍ଥ ବର୍ମା, ଜିଲ୍ଲାପାଳ ପୁରୀ, ଯୁଗେଶ କୁମାର ଦୀକ୍ଷିତ୍, କାର୍ଯ୍ୟପାଳକ ନିର୍ଦ୍ଦେଶକ, ପାୱାରାଗ୍ରୀଡ୍, ଭୁବନେଶ୍ୱର, ଉଦ୍ଧବଚନ୍ଦ୍ର ମାଝୀ, ରାଜ୍ୟସମବାୟ ନିର୍ଦ୍ଦେଶକ, ଓଡିଶା, ମଧୁସୂଦନ ଦାସ, ଅତିରିକ୍ତ ଶାସନ ସଚିବ, ସଂସ୍କୃତି ବିଭାଗ ଓ ବିଶିଷ୍ଟ କବି, ଲାବଣ୍ୟେନ୍ଦୁ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡେଲାଙ୍ଗ, ଶ୍ରୀମତୀ ବାସନ୍ତୀ ସାହୁ, ଅଧ୍ୟକ୍ଷା, ପଚାଂୟତ ସମିତି, ଡେଲାଙ୍ଗ, ଦୁର୍ବାସା ନିଶଙ୍ଗ, ଉପାଧ୍ୟକ୍ଷ ପଚାଂୟତ ସମିତି, ଡେଲାଙ୍ଗ, ଶେଷଦେବ ବାରିକ, ସରପଂଚ, ମୁନିନ୍ଦା ଗ୍ରାମ ପଚାଂୟତ, ସୁଶ୍ରୀ ସ୍ୱର୍ଣ୍ଣଲତା ନାୟକ, ସମିତି ସଭ୍ୟା ମୁନିନ୍ଦା ପଚାଂୟତ ।
ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସମ୍ମାନ -୨୦୨୩’ରେ ସମ୍ମାନିତ କରାଯିବ । ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ ବିଷ୍ଣୁପଦ ସେଠୀ, ଆଇଏଏସ୍, କବି ଓ ପ୍ରଶାସକ, ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ ହେବେ ଡ଼. ସଂଘମିତ୍ରା ପତି, ନିର୍ଦ୍ଦେଶିକା, ଆରଏମଆରସି, ଭୁବନେଶ୍ୱର, ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସଙ୍ଗୀତ ସମ୍ମାନରେ ସମ୍ମାନିତ ହେବେ ଇଂ. ବିଚିତ୍ରାନନ୍ଦ ଦେଓ, ଗାୟକ ଓ ଗାଳ୍ପିକ, ବିଶ୍ୱମୁକ୍ତି ରାଷ୍ଟ୍ରୀୟ କଳାକାର ସମ୍ମାନରେ ସମ୍ମାନିତ ହେବେ ବବି ମିଶ୍ର, ପ୍ରଖ୍ୟାତ ସିନେ କଳାକାର, ବିଶ୍ୱମୁକ୍ତି ରାଷ୍ଟ୍ରୀୟ ପ୍ରଶାସନିକ ସେବା ସମ୍ମାନରେ ସମ୍ମାନିତ ହେବେ ଦେବୀଦତ ବିଶ୍ୱାଳ, ଆଇଏଫ୍ଏସ୍, ପ୍ରଧାନ ବନ ସଂରକ୍ଷକ ଓ ବନମୁଖ୍ୟ, ଓଡ଼ିଶା, ବିଶ୍ୱମୁକ୍ତି ରାଷ୍ଟ୍ରୀୟ କ୍ରୀଡ଼ାସେବା ସମ୍ମାନରେ ସମ୍ମାନିତ ହେବେ ପ୍ରଦ୍ୟୁମ୍ନ ମିଶ୍ର, ସଂପାଦକ, ଓଡ଼ିଶା ଖୋ-ଖୋ ସଂଘ ଓ ନଟବର ସେଠୀ, ଉସୁ ପ୍ରଶିକ୍ଷକ, ଓଡ଼ିଶା, ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସମାଜସେବା ସମ୍ମାନରେ ସମ୍ମାନିତ ହେବେ ମୋହନ ମହାପାତ୍ର, ସିଲ୍ଭର ଗାନ୍ଧୀ । ଏତଦ୍ ବ୍ୟତିତ ବେରୋବୋଇ ସହ ଜଡିତ ଥିବା ସ୍ୱାଧିନତା ସଂଗ୍ରାମୀମାନଙ୍କୁ ମଧ୍ୟ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱମୁକ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସବିତା ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।