oom

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି -ତୁରେକେଲା ରାସ୍ତା ମହୁଲବାହାଲି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କପାଣୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତରା ଗାଁର ସୁବାଷ ତାଣ୍ଡି(୨୮) ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସୁବାଷ କୌଣସି ଏକ କାମରେ ତୁରେକେଲା ଯାଉଥିବା ବେଳେ କଣ୍ଟାବାଞ୍ଜି ତୁରେକେଲା ରାସ୍ତା ମହୁଲବାହାଲି ଗାଁ ନିକଟରେ ଥିବା ଛକରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ କେହି ଜଣେ ସମ୍ପର୍କୀୟ ମାମୁଁ ପୁଅ ଭାଇ ସହ ଆଗପଛ ହୋଇ ଦୁଇଟି ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ସୁବାଷଙ୍କୁ ପଛ ପଟୁ ତାଙ୍କ ମାମୁଁ ପୁଅ ବାଇକ୍ ଧକ୍କା ଦେଇଥିଲା ଫଳରେ ସୁବାଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ସୁବାଷଙ୍କୁ ଛଟପଟ ହେଉଥିବା ଦେଖି ତୁରେକେଲା ପୋଲିସକୁ ଖବର ଦେଇଥିଲେ । ତୁରେକେଲା ପୋଲିସ ଆମ୍ବୁଲାନ୍ସ ଡକାଇ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପହଞ୍ଚାଇଥିଲା । ତେବେ ସେଠାରେ ଡା ଏମ୍ ଶ୍ରଦ୍ଧାଞ୍ଜଳି ଚିକିତ୍ସା କରି ସୁବାଷଙ୍କୁ ମୃତ ଘୋଷିତ କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.