ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ କାଇଁଚପୁର ସରପଞ୍ଚ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ତରଫରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଆର. ଚନ୍ଦନା ରେଡି ପଞ୍ଚାୟତର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ୩୬ ଜଣ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର. ଭାଗିରଥି ରେଡି, ସମିତି ସଭ୍ୟ ଜୟକୃଷ୍ଣ ରେଡି, ନାଏବ ସରପଞ୍ଚ କେ. ଜୟନ୍ତୀ ରେଡି ପ୍ରମୁଖଙ୍କ ଉପସ୍ଥିତିରେ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ନୂତନ ଭାବେ ପାଇଥିବା ପ୍ରତ୍ୟେକ ହିତାଧିକାରୀ ଉପସ୍ଥିତ ରହି ଭତ୍ତା ପାଇବା ପରେ ସରପଞ୍ଚ ଶ୍ରୀମତୀ ରେଡିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.