csstore

ଜରାସିଂହାରେ ରାମଲୀଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ରାମଲୀଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଜରାସିଂହା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଭଜନ କଳା ମଣ୍ଡପରେ ୧୭ଦିନ ଧରି ହେଉଥିବା ନାଟକରେ ରବିବାର ରାବଣ ବଧ ସହ ପୁଷ୍ପା ଭିସେକ୍ କରାଗଲା ଓ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାକୁ ଗାଁର ରାମଲୀଳା କମିଟି ପରିଚାଳନା କରିଥିଲେ । ରାମ ଭୂମିକାରେ ଶଙ୍କର ସିଂ ଦେଓ, ସୀତା ଗେଡୁ, ଲକ୍ଷ୍ମଣ ଭାବେ ଜ୍ୟୋତିଷ ସିଂହ, ହନୁମାନ ଭାବେ ମିଳୁ ଝାଙ୍କର, ବିଭିଷଣ ଭାବେ ଶିବପ୍ରସାଦ ସାହୁ, ରାବଣ ଭାବେ ରାମରଞ୍ଜନ ବାଗ, ଚାରଣ ଭାବେ ଅଶୋକ ଥନାପତି, ସୂର୍ପଣକା ଭାବେ ଭୁଲା ପଥ୍ରୀମାଳି, ମହିରାବଣ ଭାବେ ସୁଦାମ ପୁଟେଲ, ତାରିଣୀସେନ ଭାବେ ଅନୁପ ମେହେର, କୁମ୍ବକର୍ଣ୍ଣ ଭାବେ ସୁମନାଥ ପଶାୟତ ଓ ପୂର୍ବରୁ ଅଭିନୟ କରୁଥିବା ୩୦ଜଣ ନାଟ୍ୟ କଳାକାରମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.