jayashree

ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ କଂଟାବାଂଜି ଗସ୍ତ

  • ପରିଦର୍ଶନ କଲେ ରେଲୱେ ପମ୍ପୁ ତଲାବ, ଉନ୍ନତିକରଣ ପାଇଁ ଦେଲେ ପ୍ରତିଶୃତି
  • ରେଲୱେ ଜମି ଜବରଦଖଲ ବସ୍ତି ବାସିନ୍ଦାଙ୍କ ସହ କଲେ ଆଲୋଚନା
  • ବିକଳ୍ପ ପରେ ହିଁ ହେବ ଉଚ୍ଛେଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଶୁକ୍ରବାର ଦିନ କଂଟାବାଂଜି ଗସ୍ତରେ ଆସି ରେଲୱେର ପମ୍ପୁ ତଲାବ(ସାଗର)କୁ ପରିଦର୍ଶନ ପାଇଁ ଯାଇଥିଲେ । ପରିଦର୍ଶନ ବେଳେ ୧୦୦ ଏକର ବିଶିଷ୍ଟ ରେଲୱେର ଜଳ ଉତ୍ସ(ପୋଖରୀ) ଦୀର୍ଘ ବର୍ଷ ହେଲା ଉନ୍ନତିକରଣ ନାମରେ ପୂର୍ବରୁ ଥିବା ରାଜନୈତିକ ବ୍ୟକ୍ତିମାନେ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଯୋଗୁଁ ତା’ର ଉନ୍ନତିକରଣ ହୋଇପାରି ନ ଥିବା ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ଏହାର ଉନ୍ନତି କିପରି କରାଯାଇ ପାରିବ ସେଥିପ୍ରତି ଉଚିତ୍‌ ଧ୍ୟାନ ଦେବା ସହ କେନ୍ଦ୍ର ସରକାର ଏବଂ ସାଂସଦ ପାଣ୍ଠିରୁ ଆବଶ୍ୟକ ଅନୁଦାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସାଂସଦଙ୍କ ପୂର୍ବ ପୁରୁଷ ହଜାର ହଜାର ଏକର ଜମି କଂଟାବାଂଜି ରେଲ ବିିଭାଗକୁ ଉନ୍ନତିକରଣ ପାଇଁ ଦେଇଥିବା ବେଳେ ତା’ର କୌଣସି ସଦ୍‌ବିନିଯୋଗ ହୋଇପାରି ନଥିବାରୁ ଦୁଃଖ ପ୍ରକାଶ କରି ସର୍ବ ପ୍ରଥମେ ପମ୍ପୁ ତଲାବର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ କହିଥିଲେ । ଏହି ପରିପ୍ରେକ୍ଷୀରେ ୱାର୍ଡ ନଂ. ୭, ୮ ଓ ୯ ରେଲୱେ ଜମିରେ ଜବରଦଖଲ କରି ବର୍ଷ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ସମ୍ବଲପୁର ରେଳ ଡିଭିଜନ ତରଫରୁ ଉଚ୍ଛେଦ ପାଇଁ ନୋଟିସ୍‌ କରିଥିବାରୁ ସେମାନଙ୍କୁ ଜବରଦଖଲରୁ ଉଚ୍ଛେଦ କିପରି ନ ହେବ ସେଥିପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ଶିବ ବନ୍ଧର ମଧ୍ୟ ପୁନରୁଦ୍ଧାର ସହ ଉନ୍ନତିକରଣ କରିବା ପାଇଁ ପରିଦର୍ଶନ କରିଥିଲେ । ଏହା ପରେ ୱାର୍ଡ ନଂ.୧୫, ୧୬ରେ ବସବାସ କରୁଥିବା ରେଲୱେ ଜମି ଜବରଦଖଲ ବସ୍ତିବାସିନ୍ଦା ସହ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳାରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଉଚ୍ଛେଦ ପାଇଁ ରେଲୱେ ବିଭାଗ ତରଫରୁ ଦିଆଯାଇଥିବା ନୋଟିସ୍‌ ଉପରେ ବସ୍ତିବାସିନ୍ଦାଙ୍କୁ ଭୟଭୀତ ନ ହେବା ପାଇଁ କହି ସେମାନଙ୍କୁ ଜିଲ୍ଲା ପ୍ରଶାସନ ଅନୁରୂପ ବାସପୋଯୋଗୀ ଘର ଯୋଗାଇବା ପରେ ହିଁ ଉଚ୍ଛେଦ ପ୍ରକ୍ରିିଆ ଆରମ୍ଭ ହେବ । ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ କହିଥିଲେ । ଏହି ପରିଦର୍ଶନ ବେଳେ ଜିଲ୍ଲା ଭାଜପା ସଭାପତି ଶିବାଜି ମହାନ୍ତି, ଭାଜପା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ସାଂସଦ ପ୍ରତିନିଧି ଘାସିରାମ ଜୈନ, ଡିଆରୟୁ, ସିସି ମେମ୍ବର ଅଜୟ କୁମାର ଅଗ୍ରୱାଲ, ନଗର ଉପସଭାପତି ଦୀପକ ସେଲମା, ନଗର ସଂପାଦକ ପ୍ରଦୀପ ବାଗ, ଜିଲ୍ଲା ସଂପାଦକ ଅଜୟ ଶର୍ମା, ଯୁବ ମୋର୍ଚ୍ଚା ସଭାପତି ଚୈତନ୍ୟ ହଂସ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.