p purohi

ଆରମ୍ଭ ହେଲା ବଣାଇର ପ୍ରସିଦ୍ଧ ଚୈତ୍ର ମେଳା : ମାସେ ବ୍ୟାପୀ ଚାଲିବ

dr. purohit

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇର ପ୍ରସିଦ୍ଧ ଚୈତ୍ର ମେଳା ପର୍ବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ବଣାଇର ପ୍ରସିଦ୍ଧ ମା’ ବାସୁଳୀଙ୍କ ମନ୍ଦିରଠାରେ ଚକ୍ଷୁଦାନ ପୂଜା ଆରମ୍ଭ ହେବା ପରେ ନଅଦିନ ବ୍ୟାପି ମା’ଙ୍କ ପୂଜା ଆରମ୍ଭ ହୋଇଛି । ବାସୁଳୀ ମନ୍ଦିରଠାରେ ଆଜି ସଂଧ୍ୟାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜକ ଚୈତନ୍ୟ ଚୌଧୁରୀ ପୂଜାର୍ଚ୍ଚନା କରିବା ପରେ ପୂଜକ ଅଜୟ କୁମାର ମିଶ୍ରଙ୍କ ଦ୍ୱାରା ପଟି ଦେବୀଙ୍କଠାରେ ମା ବାସୁଳୀଙ୍କ ଜୀବନ୍ୟାସ ଦେଇଥିଲେ । ଏଥିରେ ବଣାଇ ରାଜା ବୀରକିଶୋରୀ ଇନ୍ଦ୍ର ଦେଓ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଚୈତ୍ର ମେଳା ଆୟୋଜିତ ହୋଇଆସୁଛି । ମା’ ବାସୁଳୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ସମ୍ମୁଖରେ ପାଟୁଆ ମାନେ କିଳି କିଳି ନାଦ କରି ନୃତ୍ୟ ପରିବେଷଣ କରିଥିଲେ । ଭକ୍ତମାନେ ନିଜର ମାନସିକ ରଖି ଭୋଗ ଲଗାଇ ପୂଜାର୍ଚ୍ଚନା କରିବା ସହ ଆଜିଠାରୁ ମା’ ପଟି ଦେବୀଙ୍କ ସାହି ପରିକ୍ରମା କରି ପୂଜା ପାଇବା ପରେ ବ୍ରାହ୍ମଣୀ ନଦୀ ଶଯ୍ୟାରେ ପୂଜା ପାଇବେ । ଏହି ଅବସରରେ ନଅଦିନ ଧରି ବଣାଇ ରାଜଦରବାର ସମ୍ମୁଖ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ପରେ ସେଠାରେ ଛଉ ନୃତ୍ୟ ପରିବେଷଣ କରାଯିବ । ସେହିପରି ଆସନ୍ତା ୧୩ ତାରିଖ ଦିନ ଚୈତ୍ର ମେଳାର ମୁଖ୍ୟ ଆକର୍ଷଣ ଗରିଆଭାର୍ ଏବଂ ୧୪ ତାରିଖ ଦିନ ଦିନ ଯାତ୍ରା ଅନୁଷ୍ଠିତ ହେବ । ଏହା ପର ଠାରୁ ଦୀର୍ଘ ୧ ମାସ ଧରି ମେଳା ଦାଣ୍ଡରେ ଚୈତ୍ର ମେଳା ଅନୁଷ୍ଠିତ ହେବ । ଏଥିପାଇଁ ବଣାଇ ରାଜାଙ୍କ ପୌରହିତ୍ୟରେ ମେଳା ଚାଳନା କମିଟି ଗଠିତ ହୋଇ ଏଥିରେ ସୁଜିତ କୁମାର ସାହୁ, ଭୋ ବତୋଷ ଦେଓ, ସଚିନ୍ଦ୍ର ସାହୁ, ଧିରଜ କୁମାର ସାହୁ, ଜୟନ୍ତ କୁମାର ଦେଓ, ପାର୍ଥ ସାରଥି ମିଶ୍ର, ଦୋଳଭଞ୍ଜନ ଭଞ୍ଜ, ସଞ୍ଜୀବ ମହାନ୍ତି ପ୍ରମୁଖଙ୍କୁ ନେଇ ପୂଜା ପରିଚାଳନା କମିଟି ଦ୍ୱାରା ଚୈତ୍ର ମେଳା ଅନୁଷ୍ଠିତ ହୋଇଛି ।

nrusinghnath
Leave A Reply

Your email address will not be published.