ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାରା ଭାରତରେ ସଂହିତ ଦିବସ ପାଳିତ ହୋଇଯାଇଛି । ପଞ୍ଜାବ ବିଶ୍ୱବିଦ୍ୟାଳୟ ପଟିଆଲାକୁ ଋଣମୁକ୍ତ କରିବା ସହ ସରକାରୀ ଅନୁଦାନ ବୃଦ୍ଧି କରିବା, ସମଗ୍ର ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି କରିବା, ଶିକ୍ଷା କ୍ଷେତ୍ରରେ ଫି’ ବୃଦ୍ଧି ବନ୍ଦ କରିବା ଦାବୀରେ ସାରା ଭାରତ ସଂହତି ଦିବସ ଉପଲକ୍ଷେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଗେଟ ସମ୍ମୁଖରେ ସଂହତି ଦିବସ ପାଳନ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟଳୟରେ ଖାଲି ପଡିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ପୂରଣ କରିବା ଏବଂ ଏନ୍ସିଇଆରଟି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଇତିହାସ, ନଗର ବିଜ୍ଞାନ, ହିନ୍ଦୀ ଓ ରାଜନୀତି ବିଜ୍ଞାନ ପୁସ୍ତକ ଗୁଡିକରେ ହୋଇଥିବା ପରିବର୍ତ୍ତନକୁ ଦୃଢ ବିରୋଧ କରାଯାଇଛି । କେନ୍ଦ୍ର ସରକାରଙ୍କ ସହିତ ପଦକ୍ଷେପକୁ ଅଗଣତାନ୍ତ୍ରିକ ଦର୍ଶାଇବା ସହ ଭାଜପା ସରକାର ଇତିହାସକୁ ବିକୃତ କରୁଥିବା ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଶିକ୍ଷା ଉପରେ ଗୋଟିଏ ପରେ ଗୋଟିଏ ଯୋଜନାବଦ୍ଧ ଆକ୍ରମଣ କରାଯାଉଛି । ପ୍ରଚାର ମାଧ୍ୟମ ଦ୍ୱାରା ଏଭଳି ଭାବରେ ଜାତି ଓ ଧର୍ମକୁ ଭିତ୍ତି କରି ବିଭାଜନ ସୃଷ୍ଟି କରାଯାଉଛି । ଯେଉଁଥି ପାଇଁ ବିଭିନ୍ନ ସ୍ଥାନରେ ଦଙ୍ଗା ଘଟୁଛି । ବର୍ତ୍ତମାନ ସରକାରଙ୍କ ଶିକ୍ଷାର ସମ୍ପ୍ରଦାୟୀକରଣ ନୀତି ଅନୁଯାୟୀ, ସରକାର ପ୍ରଗତିଶୀଳ ପାଠ୍ୟକ୍ରମକୁ ହଟାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭାବନାକୁ ପ୍ରୋତ୍ସାହନ ଦିଆଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏହି ପ୍ରତିବାଦ ସଭାରେ ଏଆଇଡିଏସ୍ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଗୌରୀ ରାଉତ, ସିଦ୍ଧାନ୍ତ ମହାକୁର, ଶେଖର ସାମଲ, ରିଲୁ କୁମାରଙ୍କ ସହ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।