csstore

କେଶରିଆ ହିନ୍ଦୁ ବାହିନୀ ତରଫରୁ ମିଶ୍ରଣ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କେଶରିଆ ହିନ୍ଦୁ ବାହିନୀ ତରଫରୁ ସ୍ଥାନୀୟ କାର୍ୟ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବଲାଙ୍ଗିରର ବିଶିଷ୍ଠ ବ୍ୟବସାୟୀ ତଥା ରାଜନେତା ଅଶୋକ ରଥଙ୍କ ସହିତ ପ୍ରଶାନ୍ତ କୁମାର ସାହୁ, ଶେଖର ବାବୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ହିନ୍ଦୁ ବାହିନୀରେ ଯୋଗଦାନ କରିଛନ୍ତି । ହିନ୍ଦୁ ବାହିନୀ ତରଫରୁ ନୂତନ ସଭ୍ୟମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବାହିନୀକୁ ସ୍ୱାଗତ କରାଯାଇଛି । ପ୍ରତିଦିନ ନୁଆ ନୁଆ ସଭ୍ୟ ବାହିନୀ ସହ ଯୋଡି ହେଉଛନ୍ତି । ଆଜି ନୂତନ ଭାବେ ଯୋଡି ହୋଇଥିବା ସଭ୍ୟମାନେ ସଂଗଠନକୁ ସହର ତଥା ଜିଲ୍ଲାରେ ଆହୁରି ମଜବୁତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ସଭାପତି ଭୋଳ କହିଛନ୍ତି । ସେହିପରି ନୂତନ ଭାବେ ବାହିନୀର ସଭ୍ୟ ହେବା ପରେ ସଭ୍ୟମାନେ କେଶରିଆ ହିନ୍ଦୁ ବାହିନୀ ଖୁବ କମ ଦିନରେ ସହରରେ ବେଶ ନାମ କରିଛି ଓ ଏହା ସହର ତଥା ଜିଲ୍ଲାରେ ଏକ ଜାତି ବିହୀନ ସମାଜ ଗଠନ କରି ଦେଶ ପାଇଁ କାମ କରିବ ବୋଲି ଆଶ ପ୍ରକଟ କରିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ନଗର ସଭାପତି ସନ୍ତୋଷ ସାହୁ, ଜିଲ୍ଳା ମହାସଚିବ ସୁନୀଲ ମିଶ୍ର, ବରିଷ୍ଠ ଉପାଧକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ପ୍ରବକ୍ତା ଦେବାନନ୍ଦ ନାୟକ, କୋଷଧକ୍ଷ ସୁଶୀଲ ସାହୁ, ପଟଣାଗଡ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁଅଁର, ରବୀନ୍ଦ୍ର ନାୟକ, ଆଲୋକ ପଣ୍ଡା, ବୁଲୁ ପର୍ଧିଆ, ଶୈଳେନ୍ଦ୍ର ନାୟକ, ଗଣେଶ ରଥ, ଦେବରାଜ ନାଗ, ଗିରିଧାରୀ ସାହୁ, ସୁଶୀଳ ମହାକୁର, ବିକାଶ ମିଶ୍ର, କବିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.