jayashree

ନଈ ନାଳରେ ଦେଖା ଯାଉଥିବା ମୂଲ୍ୟବାନ ଭତ୍ତା କନ୍ଦା ବା ମୁସନୀ କନ୍ଦା

ଖଡ଼ିଆଳ, (ନିରାକାର ମେହେର) : ନଈ ନାଳରେ ଦେଖା ଯାଉଥିବା ଏକ ପ୍ରକାର ଗୁଳ୍ମର ଚେର ହେଉଛି ଭତ୍ତା କନ୍ଦା ବା ମୁସନୀ କନ୍ଦା । ବିଶେଷ କରି ଏହା ଖଡ଼ିଆଳ ଅଞ୍ଚଳରେ ଦେଖାଯାଏ । ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଥିବାରୁ ଏହାର ଚାହିଦା ବେଶୀ । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ବିଭିନ୍ନ ଗ୍ରାମରେ ଏହି କନ୍ଦା ସଂଗ୍ରହ କରାଯାଏ । ଲୋକମାନେ ଭୋର ସକାଳରୁ ଉଠି ନଈ ନାଳକୁ କନ୍ଦା ଖୋଲିବା ପାଇଁ ଚାଲି ଯାଆନ୍ତି । ସକାଳୁ ଯାଇ ସଞ୍ଜ ବେଳେ ଫେରନ୍ତି । ପ୍ରତି ଲୋକ ଦଶରୁ କୋଡିଏ କିଲୋଗ୍ରାମ ପର୍ଯ୍ୟନ୍ତ କନ୍ଦା ଆଣି ଘରକୁ ଆସନ୍ତି । ଘରେ କନ୍ଦାକୁ ଶୁଖାଯାଏ । ଶୁଖିଲା ପରେ ପୋଡି ଦିଆଯାଏ ଓ ପୋଡିଲା ପରେ ତାକୁ ସଫା କରି ବିକ୍ରୟ କରାଯାଏ । ଏହି ସମୟରେ ପୂର୍ବ ଓଜନର ଅଧା ହୋଇଯାଏ । ସ୍ଥାନୀୟ ବେପାରୀମାନେ ଏହାକୁ କିଣିକି ନିଅନ୍ତି । କିଲୋଗ୍ରାମ ପ୍ରତି କୋଡିଏରୁ ପଚିଶ ଟଙ୍କା ପର୍ଯ୍ୟନ୍ତ ସେମାନଙ୍କୁ ମିଳିଥାଏ ବୋଲି ଲୋକେ କହନ୍ତି । ଏହି କନ୍ଦାର ଔଷଧ ନିର୍ମାଣ ସହ କେମିକାଲ ପ୍ରସ୍ତୁତିରେ ପ୍ରୟୋଗ କରାଯାଏ । ଏପରିକି ଏହା ଏକ ପ୍ରକାର ସୁଗନ୍ଧିତ ହୋଇଥିବାରୁ ଅଗରବତୀ ନିର୍ମାଣ କରାଯାଏ ଓ ଡିଓ ମଧ୍ୟ ପ୍ରସ୍ତୁତ କରାଯାଏ ।

Leave A Reply

Your email address will not be published.