jayashree

ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧୀନସ୍ଥ ଶ୍ରୀ ପୁରୁଷୋତମପୁର ହାଇସ୍କୁଲଠାରେ ଏକ ଦିବସୀୟ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଚଣ୍ଡେଶ୍ୱର ସେବା ସଂସ୍ଥାନ, ପୁରୀ ଆନୁକୂଲ୍ୟରେ ଓ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସଂସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ଡିଫେନସ, ନୂଆଦିଲ୍ଲୀ ସହାୟତାରେ ସୋମବାର ଦିନିକିଆ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମାଜସେବୀ ଶିବ ପ୍ରସାଦ ପାଟଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲକ୍ଷ୍ମଣ ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଡେଲାଙ୍ଗ, ପବିତ୍ର କୁମାର ପଣ୍ଡା, ସିଆରସିସି, ଜଳନ୍ଧର ବେହେରା, ପ୍ରଧାନ ଶିକ୍ଷକ, ଶ୍ରୀ ପୁରୁଷୋତ୍ତମପୁର ହାଇସ୍କୁଲ ସମ୍ମାନିତ ଅତିଥି ଭାବେ ପ୍ରମୁଖ ଯୋଗ ଦେଇ ନିଶାର ଅପକାରିତା, ନିରାକାରଣ ଓ ପ୍ରତିକାର ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅଶୋକ କୁମାର ପେଣ୍ଠୋଇ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତର୍କ ଓ ରଚନା ପ୍ରତିଯୋଗିତାରେ ଭାଗ ନେଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ତର୍କ ପ୍ରତିଯୋଗିତାରେ ଅନୁପମା ବରାଳ ପ୍ରଥମ, ନିଜାରେସ ବନ ଜନିତ ଦ୍ୱିତୀୟ ଓ ଗାୟତ୍ରୀ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହିପରି ରଚନା ପ୍ରତିଯୋଗିତାରେ ନିରଜେସ ବନ ଜନିତ ପ୍ରଥମ, ଶୁଭସ୍ମିତା ରାଉତ ଦ୍ୱିତୀୟ ଓ ଅନୁପମା ବରାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମାଜସେବା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁଇଟ ହାର୍ଟକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ଭାବରେ ପୁରସ୍କୃତ କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ବାସୁଦେବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.