ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ମ.ରାମପୁର ବ୍ଲକ ଉର୍ଲାଦାନୀସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପରେ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସହକମାଣ୍ଡେଣ୍ଟ ଜି.ନବୀ ଓ ଉର୍ଲାଦାନୀ ସରପଂଚ ସୁପ୍ରିୟା ମାଝୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରର ଦୁଇଟି ଶିକ୍ଷାନୁଷ୍ଠାନକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରାଯାଇଥିଲା । ଏଥିରେ ଉର୍ଲାଦାନୀ ପଂଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.