ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି । ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ କମ୍ ଋଣରେ ଚାଷୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା । କୁକୁଡ଼ା, ବତକ, ଟ୍ରାକ୍ଟର ଚାଷୀମାନେ କିପରି କମ୍ ଋଣରେ ଲାଭବାନ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ପ୍ରାରମ୍ଭରେ ସମବାୟ ସମିତିର ସମ୍ପାଦକ ସତ୍ୟରଞ୍ଜନ ଚଟେଇ ଅତିଥି ପରିଚୟ ଓ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ନୋମିନୀ ପ୍ରତିନିଧି ଏବଂ ବୋର୍ଡ ସଦସ୍ୟ ଦିନବନ୍ଧୁ ବିଶ୍ୱାଳ ଓ ଅଧିକାରୀ ବେହେରା ପ୍ରମୁଖ ଯୋଗଦେଇ ସମବାୟ ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ପ୍ରକାରର ଋଣ ଓ ଆନୁଷ୍ଠାନିକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଆଲୋକପାତ କରିଥିଲେ । ଏଥିରେ ପ୍ରାୟ ୫୦ ଜଣ ଚାଷୀ ଭାଇମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଏଥିରେ କୃପାସିନ୍ଧୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.

error: Content is protected !!