ବଣାଇରେ ଜୋର୍‌ ଧରିଲା ଓକିଲ ସଂଘ ନିର୍ବାଚନ

  • ସୁଦିତ୍ ସାହୁ ସଭାପତି ଓ ଅତୁଲ୍ୟ ସାମଲ ସମ୍ପାଦକ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତୁଳସୀ ବଲ୍ଲବ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ୭୪ ଜଣ ସଦସ୍ୟ ଭୋଟ ଦାନ କରିଥିଲେ । ଏଥିରେ ସଭାପତି ଭାବେ ସୁଦିତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି । ସେ କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ୩୪-୩୦ ଭୋଟରେ ପରାସ୍ତ କରିଥିଲେ । ସେହିପରି ସାଧାରଣ ସମ୍ପାଦକ ଭାବେ ଅତୁଲ୍ୟ କୁମାର ସାମଲ ତାଙ୍କ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନଙ୍କୁ ୩୨-୨୦ ଭୋଟରେ ହରାଇଛନ୍ତି । ଉପସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ହିମାଂଶୁ ଶେଖର ବିଶ୍ଵାଳ ଏବଂ କୋଷାଧ୍ୟକ୍ଷ ଭାବେ ତହସିଲ ପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅଚ୍ୟୁତାନନ୍ଦ ମହାନ୍ତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ବଣାଇ ନାଗରିକ ସଂଘ, ବୁଦ୍ଧିଜୀବୀ ମହଲରେ ଓ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!