ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ବଣାଇ ପୋଲିସ୍‌ର କଡା ପଦକ୍ଷେପ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଅନ୍ତର୍ଗତ ନରେନ୍ଦ ଛକଠାରେ ବଣାଇ ପୋଲିସ୍ ଦ୍ୱାରା ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କ ଚେକିଙ୍ଗ ଆରମ୍ଭ ହୋଇଯାଇଛି । ପରିବହନ ବିଭାଗ ପକ୍ଷରୁ ମଦୁଆ ଡ୍ରାଇଭରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ବଣାଇ ଥାନା ଅଧିକାରୀ ରଞ୍ଜନ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଏସ୍ଆଇ ହୃଷୀକେଶ ପ୍ରଧାନ ତାଙ୍କ ଟିମ୍‌ ସହିତ ନରେନ୍ଦ୍ର ଛକଠାରେ ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ କଡା ଚେକିଙ୍ଗ ଆରମ୍ଭ କରିଥିଲେ । ମଦ ପିଇ ଗାଡି ଚଳାଉଥିଲେ ପୂର୍ବରୁ ଜରିମାନା ଦେବାକୁ ପଡୁଥିବା ବେଳେ ଏଣିକି କେବଳ ଜରିମାନା ନୁହେଁ ତା’ ସଙ୍ଗେ ସଙ୍ଗେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରାହ୍ନ ୩ ଘଟିକାରୁ ରାତି ୧୨ ଘଟିକା ପର୍ଯ୍ୟନ୍ତ କଡାକଡି ଯାଂଚ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବଣାଇ ପୋଲିସ୍ ଦ୍ଵାରା କଡା ପଦକ୍ଷେପ ନିଆଯାଇଛି ।

jittmm
Leave A Reply

Your email address will not be published.