ବରପାଲି ଫାର୍ମାସୀ କଲେଜର ୩୭ତମ ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଫାର୍ମାସୀ କଲେଜର ୩୭ତମ ବାର୍ଷିକ ଉତ୍ସବ ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ ମୁଖ୍ୟବକ୍ତା ପ୍ରଫେସର ଡାକ୍ତର ପ୍ରଦୀପ କୁମାର ନାଏକ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଯୋଗଦାନ କରିଥିଲେ । ପରିଚାଳନା କମିଟିର ସଭାପତି ହିମାଂଶୁ ମୋହନ ଦେଓ, ସମ୍ପାଦକ ନରେନ୍ଦ୍ର ଅଗ୍ରୱାଲ ଯୋଗଦାନ କରିଥିଲେ । କଲେଜର ଅଧ୍ୟକ୍ଷ ଅର୍ଣ୍ଣାବଦିତ୍ୟ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କଲେଜର ନିର୍ଦେଶକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମା’ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ଦ୍ଵୀପ ପ୍ରଜ୍ୱଳନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ବର୍ତମାନ ପରିପ୍ରେକ୍ଷୀରେ ଆୟୁର୍ବେଦିକ ଔଷଧ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.