ତ୍ରିମାସିକ ଟେଲରିଂ ଓ ଏମ୍ବ୍ରଡରି ତାଲିମ୍ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ କୋତନା ଗ୍ରାମରେ ଗତ ତିନି ମାସଧରି ଚାଲିଥିବା ଟେଲରିଂ ଓ ଏମ୍ବ୍ରଡରି ତାଲିମ୍ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ୍ ଶିବିରରେ ୩୬ ଜଣ ଯୁବତୀ ତାଲିମ୍ ନେଇଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ଥାନାଧିକାରୀ ଦିଲ୍ଲୀପ ବେହେରା, ମୁଖ୍ୟବକ୍ତା ଭାବରେ ଝାରବନ୍ଧ କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ତଥା ସମ୍ମାନିତ ଅତିଥି ଭାବରେ ରଜନୀ କୁମାର ପ୍ରଧାନ ଓ କମଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଟ୍ରେନର ସାହା ସିଂ ଗୁରୁ ୧୫ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଚାଲିଥିବା ସମଗ୍ର ତାଲିମ୍ ପ୍ରଦାନ କରିଥିଲେ । ଜିଲ୍ଲା ଯୁବ ଅଧିକାରୀ ରୋସନ୍ ଟଣ୍ଡନ ଓ ଉପଦେଷ୍ଟା ତ୍ରିଲୋଚନ ଶତପଥୀଙ୍କ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ଦୁର୍ୟୋଧନ ପାଣ୍ଡେଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ସଭାରେ ଦେବେନ୍ଦ୍ର ସାହୁ ଓ ଯୋହନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.