csstore

ବିଶ୍ଵ ନାଟ୍ୟ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା, (ନିରାକାର ମେହେର) : ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୭ ତାରିଖ ବିଶ୍ଵ ନାଟ୍ୟ ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଦିନ ପୂର୍ବତନ ନାମୀ କଳାକାରମାନଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥର ଉତ୍ସବରେ ନାଟକ ପ୍ରତିଯୋଗିତା କରାଯିବା ପାଇଁ ସ୍ଥିର ହୋଇଛି । ଏହା ତିନି ଦିନ ବ୍ୟାପି ଅନୁଷ୍ଠିତ ହେବ । ସ୍ଥାନୀୟ ନାଟ୍ୟ ଦଳ ଓ ଜିଲ୍ଲା ବାହାର ନାଟ୍ୟ ଦଳମାନଙ୍କୁ ଡକାଯିବ । ଏଥର ଅନୁଷ୍ଠାନ ଏକ ସାମାଜିକ ନାଟକ କରିବ ଓ ସ୍ଥାନୀୟ ମହିଳା କଳାକାରମାନଙ୍କୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ସହ ସମ୍ପାଦକ ବିଭୂତି ଭୂଷଣ ବିଶି, କୋଷାଧ୍ୟକ୍ଷ ସୁନିଲ କୁମାର ସାହୁ, ଉପଦେଷ୍ଟା ରାମ ଚନ୍ଦ୍ର ମିଶ୍ର, ଜଗବନ୍ଧୁ ବାରିକ, ସାଂସ୍କୃତିକ ସମ୍ପାଦକ ଅମୂଲ୍ୟ ବାରିକ, ପବିତ୍ର ପ୍ରଧାନ, ସୁକେସ ପଟ୍ଟନାୟକ, ଗଙ୍ଗାଧର ମହାନ୍ତି, ଆଲୋକ ରଥ, ବବି ଖାଁ, ପୀୟୂଷ ପଣ୍ଡା, ଗୋବିନ୍ଦ ପଣ୍ଡା, ଗୌରାଙ୍ଗ ସାହୁ, ଭୋଦେବ ସାହୁ, ବିଜୟ ବାରିକ, ଋତୁପର୍ଣ୍ଣା ବଘେଲ, ବିଜୟ ବଘେଲ, ରାଜ କପୁର ବାରିକ, ଡଲୁ କୈବର୍ତ୍ତ, ସୁରେନ୍ଦ୍ର କୁମାର, ରଜନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.