oom

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା : ସାଧାରଣରେ ଅସନ୍ତୋଷ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ସରକାର ସବୁବେଳେ ଶିଶୁ ଓ ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପ୍ରକାର ଯୋଜନା ଆଣିଛନ୍ତି । କିନ୍ତୁ ସରକାରଙ୍କ ସବୁ ଯୋଜନା ଖପ୍ରାଖୋଲ ଅଂଚଳରେ ଫେଲ୍‌ ମାରିଥିବା ନଜରକୁ ଆସିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର କେନ୍ଦ୍ର ସ୍ଥଳରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଏହା ବ୍ଲକର କେନ୍ଦ୍ର ସ୍ଥଳୀ ଭାବରେ ପରିଚିତ । ଏହା ୨୦୧୪ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିବା ବେଳେ ଏଠାରେ ୨ଜଣ ବିଶେଷଜ୍ଞ ରହିବା କଥା । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ଟି ପଞ୍ଚାୟତ ଏବଂ ଆଖପାଖ ବ୍ଲକର ଲୋକେ ନିର୍ଭର କରି ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା ବେଳେ ଏଠାରେ ନାହାନ୍ତି ଜଣେ ମଧ୍ୟ ସ୍ତ୍ରୀ ଓ ପ୍ରସୂତି କିମ୍ବା ଭେଷଜ ବିଶେଷଜ୍ଞ । ଯାହା ଫଳରେ ବହୁ ସଂଖ୍ୟାରେ ପ୍ରସୂତି ମା’ମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବାର ଜଣାପଡ଼ିଛି । ଏପରିକି ଏହି ସମ୍ବନ୍ଧୀୟ ରୋଗ ଦେଖାଇବାକୁ ଆସୁଥିବା ପ୍ରସୂତିମାନେ ହଇରାଣ ହରକତ ହେଉଥିବା ବେଳେ ପ୍ରସବ ସମୟରେ ମା’ମାନଙ୍କୁ ପାଟଣାଗଡ଼ ସଦର ଡାକ୍ତରଖାନାକୁ କିମ୍ବା ବଲାଙ୍ଗିର ଭୀମଭୋଇ ହସ୍‌ପିଟାଲକୁ ଘଡ଼ି ସନ୍ଧି ମୂହୁର୍ତ୍ତରେ ଜୀବନକୁ ବାଜି ଲଗାଇ ଯିବାକୁ ପଡ଼ୁଛି । କାରଣ ଯେହେତୁ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନର୍ସ ଓ ଅନ୍ୟ ଡାକ୍ତର ଏହି ମା’ମାନଙ୍କୁ ଚିକିତ୍ସା ଏବଂ ପ୍ରସୂତୀ କରିବାକୁ ଭୟ ପ୍ରକାଶ କରି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଦେଖିବାକୁ ମିଳୁଛି । ଫଳରେ କାହାର ରାସ୍ତାରେ ପିଲା ଜନ୍ମ ହେଉଛି ତ କିଏ ଆଉ କଉ ଅସୁବିଧାରେ ପଡୁଛି । ସେହିପରି ସାଧାରଣ ଲୋକେ କୌଣସି ରୋଗ ଦେଖାଇବା ପାଇଁ ଡାକ୍ତରଖାନାକୁ ଆସିଲେ କୌଣସି ଭେଷଜ ବିଶେଷଜ୍ଞ ନଥିବାରୁ ଦାନ୍ତ ବିଶେଷଜ୍ଞ ରୋଗୀମାନଙ୍କୁ ଚିକିତ୍ସା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି ସବୁ ପରିସ୍ଥିତିରେ ରୋଗୀମାନେ ହନ୍ତସନ୍ତ ହେଉଥିଲେ ମଧ୍ୟ କୌଣସି ନେତା ମନ୍ତ୍ରୀ କିମ୍ବା ଉଚ୍ଚ ପଦବୀରେ ଥିବା ସରକାରୀ ବାବୁମାନେ ଆଖି ବନ୍ଦ କରି ଦେଇଥିବା ଜଣାପଡୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିତ କରାଯାଇଥିବା ବେଳେ ଏଥିରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରୂପାନ୍ତରିତ ହୋଇଥିବା ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ଘୋଷଣା କରିଥିଲେ ମାତ୍ର ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦ ମାସରୁ ଅଧିକ ହେବ ଜଣେ ଭେଷଜ ବିଶେଷଜ୍ଞଙ୍କ ବଦଳି ହୋଇଥିବା ବେଳେ ସେ ନିଜର କ୍ଲିନିକ ଚଲାଇବାରେ ବ୍ୟସ୍ତ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ବଲାଙ୍ଗିର ଜିଲ୍ଲାପାଳ ମହୋଦୟଙ୍କୁ ବାରମ୍ବାର ଏ ବିଷୟରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରୁନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.