oom

ପାଟଣାଗଡ଼ରେ ୭୩ଟି ଦାବିହୀନ ମୋଟର ସାଇକେଲ୍‌ ହେବ ନିଲାମ

jsmm

ପାଟଣାଗଡ଼, (ସଦାଶିବ ସରାଫ) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୭୩ଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ପାଟଣାଗଡ଼ ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ୟ୍ୟନ୍ତ ଏହି ମୋଟର ସାଇକେଲ୍‌ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ପାଟଣାଗଡ଼ଙ୍କ ଆଦେଶ ମୁତାବକ ଉକ୍ତ ୭୩ ଗୋଟି ଦାବିହୀନ ମୋଟର ସାଇକେଲ ଗୁଡ଼ିକ ବଲାଙ୍ଗିର ଜିଲ୍ଲା ଅକ୍‌ସନ୍‌ କମିଟିକୁ ନିଲାମ କରିବା ପାଇଁ ଆଦେଶ ଦିଆଯାଇଛି । ତେଣୁ କୌଣସି ବ୍ୟକ୍ତି ଯଦି ସେହି ୭୩ ଗୋଟି ଦାବିହୀନ ମୋଟର ସାଇକେଲର ମାଲିକାନା ଦାବୀ କରନ୍ତି, ତେବେ ଆସନ୍ତା ୭ ଦିନ ମଧ୍ୟରେ ପାଟଣାଗଡ଼ ଥାନାକୁ ଆସି ସେମାନଙ୍କ ଗାଡ଼ିର ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଗାଡ଼ି ନେଇପାରିବେ ବୋଲି ପାଟଣାଗଡ଼ ଥାନା ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଇଛି । ଘୋଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଆଗାମୀ ୭ ଦିନ ମଧ୍ୟରେ କେହି ଏହି ୭୩ ଗୋଟି ଦାବିହୀନ ମୋଟର ସାଇକେଲକୁ ଦାବୀ ନ କରନ୍ତି, ତେବେ ଏହି ମୋଟର ସାଇକେଲ୍‌ ଗୁଡ଼ିକ ନିଲାମ୍‌ ହୋଇଯିବ ।

jittmm
Leave A Reply

Your email address will not be published.