କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ମାଧବ କୌଶିକ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ହିନ୍ଦୀ ସାହିତ୍ୟିକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି । ୧୯୫୪ ନଭେମ୍ବର ୧ରେ ହରିଆଣାର ଭବାନୀ ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ କୌଶିକ ହିନ୍ଦୀ କବିତା, କାହାଣୀ, ଶିଶୁ ସାହିତ୍ୟ, ଗଜଲ କ୍ଷେତ୍ରରେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି ।

ସେହିପରି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କୁମୁଦ ଶର୍ମା । ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ । ଏହି ଦୁଇ ପଦ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୯୭ଜଣ ସଦସ୍ୟ ମତଦାନ କରିଥିଲେ ।

Leave A Reply

Your email address will not be published.