pakka

ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଲା ବଲାଙ୍ଗିର ସଦର ବ୍ଲକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାରରେ ସମଗ୍ର ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରେ ୨୦୨୧-୨୨ବର୍ଷ ପାଇଁ ତୃତୀୟ ସ୍ଥାନରେ ରହି କୋଡିଏ ଲକ୍ଷ ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ପାଇଛି ବଲାଙ୍ଗିର ଜିଲ୍ଲାର ଏକ ନମ୍ବର ବ୍ଲକ, ବଲାଙ୍ଗିର ସଦର ବ୍ଲକ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସ୍ତରରେ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସି ଉପସ୍ଥିତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଙ୍ଗଲ, ପରିବେଶ ତଥା ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ । ଏହି ସମାରୋହରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ସହ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ, ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ସଞ୍ଜୟ ସିଂ, ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ପ୍ରକଳ୍ପ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ବ୍ଲକ ସମେତ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଇପସିତା ପାତ୍ର, ସଦେଇପାଲି ପଞ୍ଚାୟତର ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଏବିଡିଓ ରାମଦତ୍ତ ଭୋଇ ପ୍ରମୁଖ ପୁରସ୍କାର ଗ୍ରହଣ କରି ଫେରିବା ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଲାଙ୍ଗିର ବ୍ଲକ ବିଡିଓ ଡକ୍ଟର ଇପସିତା ପାତ୍ର, ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହ ଜିଲ୍ଲା ପରିଷଦ ସଭ୍ୟା, ସମିତି ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା ଉପସ୍ଥିତ ହୋଇ ସ୍ୱାଗତ ଜଣାଇଥିଲେ । ଆଗାମୀ ଦିନରେ ବଲାଙ୍ଗିର ବ୍ଲକକୁ କିପରି ଏକ ନମ୍ବର ବ୍ଲକରେ ପରିଣତ କରାଯାଇ ପାରିବ ସେ ଦିଗରେ ସମସ୍ତଙ୍କ ଉଦ୍ୟମ ଆଜିଠାରୁ ଆରମ୍ଭ ହେଉ ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

jay balangir
Leave A Reply

Your email address will not be published.

5 + 16 =

error: Content is protected !!