କ୍ଲଷ୍ଟରସ୍ତରୀୟ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ରାଧାରାଣୀପଡା ଆଂଚଳିକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶରାମ ବେହେରାଙ୍କ ଆୟୋଜନରେ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଡିଆଇଇଟି ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ନନ୍ଦ, ବିଆର୍‌ସିସି କୈଳାସ କୁମାର ଏବିଇଓ, ଶ୍ରୀମତି ସଂଧ୍ୟାରାଣୀ ଧରୁଆ ମଞ୍ଚାସୀନ ଥିଲେ । ପ୍ରାକ୍ଟସିଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ନାଗଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଶିବତଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆ ସଭା ପରିଚାଳନା କରିଥିଲେ । ଶେଷରେ ଅଇଁଲାଚୁଆ କେନ୍ଦ୍ର ସଂଯୋଜକ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ରାଧାରାଣୀପଡା ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ସକମା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହରିବନ୍ଧୁ ଧରୁଆ ପ୍ରମୁଖ ଉପସ୍ଥିତ ରହି ଟିଏଲ୍‌ଏମ୍‌ ମେଳାକୁ ସାଫଲ୍ୟମଣ୍ଡିତ କରିଥିଲେ । ଗିରିଶରାମ ବେହେରାଙ୍କ ନିଆରା ଟିଏଲ୍‌ଏମ୍‌ ମେଳାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.