csstore

ଲଦାଖରୁ ଦକ୍ଷିଣ ଚୀନ୍ ସାଗର ଯାଏଁ ଉତ୍ତେଜନା : ସି ଜିନ୍‌ପିଙ୍ଗଙ୍କ ଚୀନ୍‌ ସେନାକୁ ନିର୍ଦ୍ଦେଶ, ‘ଯୁଦ୍ଧରେ ଜିତିବା କ୍ଷମତା ବୃଦ୍ଧି କର’

ବେଜିଂ : ଭାରତ ସହିତ ପୂର୍ବ ଲଦାଖ ସୀମାରେ ଥିବା ବିଭିନ୍ନଅଂଚଳରୁ ଦକ୍ଷିଣ ଚୀନ୍ ସାଗର ପର୍ୟ୍ୟନ୍ତ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଅଧିକରୁ ଅଧିକ ତାଙ୍କ ସୈନ୍ୟଙ୍‌ଙ୍କୁ ଲଢ଼ୁଆ କରିବାକୁ ଯାଉଛନ୍ତି । ଜିନ୍‌ପିଙ୍ଗ ବୁଧବାର ସଶସ୍ତ୍ର ବାହିନୀକୁ ପ୍ରକୃତ ଯୁଦ୍ଧ ପରିସ୍ଥିତିରେ ତାଲିମକୁ ମଜବୁତ କରିବାକୁ ଏବଂ ଯୁଦ୍ଧରେ ଜିତିବାର କ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶାସକ କମ୍ୟୁନିଷ୍ଟ ପାର୍ଟି ୨୦୨୭ ସୁଦ୍ଧା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ) କୁ ଆମେରିକାର ସେନା ସହିତ ସମାନ କ୍ଷମତା କରିବାକୁ ଯୋଜନା କରିଛି ।

ସି ଜିନ୍‌ପିଙ୍ଗ କହିଛନ୍ତି ଯେ, ଯୁଦ୍ଧରେ ଜିତିବା ପାଇଁ ସେନା ତାଲିମ ଉପରେ ବିଶେଷ ଧ୍ୟାନ ଦିଆଯାଉ। ନିକଟରେ ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯଦି ପିଏଲ୍‌ଏ ଅନ୍ୟ ଏକ ଅଗ୍ରଣୀ ଶକ୍ତି ସହିତ ସମାନ ହେବା ପାଇଁ ନିଜକୁ ଏକ ଆଧୁନିକ ଯୁଦ୍ଧ ଶକ୍ତିରେ ପରିଣତ କରିବାକୁ ଚାହୁଁଛି, ତେବେ ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ କୌଶଳ ଗ୍ରହଣ କରିବା ଉଚିତ୍ ।

jayashree
Leave A Reply

Your email address will not be published.