oom

ମାଲପଡାରେ ସଂଚାର ମହୋତ୍ସବ ଉଦ୍‌ଘାଟିତ

jsmm

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡାଠାରେ ଓମ୍‌ ବୈଦିକ ସାଂସ୍କୃତିକ ପରିଷଦ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ପରିଷଦ ସଭାପତି ଭାରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂସ୍କୃତି ସଂଘ ଉପସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ହରିବୋଲ ପୋଢ, ପଶ୍ଚିମ ଓଡିଶା ଲୋକକଳା ପୁନଃ ଉଦ୍ଧାର ସମିତି ସଭାପତି ଅମିଲ ପୁଟେଲ, ସୁନାରାମ ପୁଟେଲ, ଜିଲ୍ଲା ସଂଯୋଜକ ମୀନକେତନ ପଧାନ, ଅଭୟ ତ୍ରିପାଠୀ, ବାଳକୃଷ୍ଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ସମ୍ପାଦକ ଥବିର ଚରଣ ସାହୁ, ବିବରଣୀ ପାଠ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ସଂଚାର, ଖଞ୍ଜଣି, କରମସାନି, ଘୁଡୁକା ନାଚ ଓ ବିଭିନ୍ନ ଲୋକନୃତ୍ୟ, ଲୋକବାଦ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ବିନୋଦ ପ୍ରଧାନ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.