ବିବାହ କରିବାକୁ ଯାଉଥିବା ବରଗାଡ଼ି ବାଗଝରନ ଗ୍ରାମରେ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ ବରଯାତ୍ରୀ ପାଇଁ ଘରୁ ବାହାରି ନିଜ ଗ୍ରାମରେ ପ୍ରୋସେସନ୍‌ କରିଥିଲେ । ସେହି ସମୟରେ ଡ୍ରାଇଭର ଦୁର୍ଯ୍ୟୋଧନ ନାଗ ନିଶାସକ୍ତ ଅବସ୍ଥାରେ ଗାଡିକୁ ଲୋକଙ୍କ ଉପରେ ଚଢାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ଅଣାଯାଇଥିଲା । ପରେ ୮ ଜଣ କିଛି ଆହତଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ଅଣାଇଥିବା ଜଣାପଡିଛି । ମୃତକଙ୍କ ନାମ ରାଜ ବରିହା(୫୨) ଓ ସେ ବାଗଝରନ ଗ୍ରାମର ବୋଲି ଜଣାପଡିଛି ।

Leave A Reply

Your email address will not be published.