ଓଡ଼ିଶା ବଜେଟ୍ ୨୦୨୩-୨୪ରେ କାଳିଆ ଯୋଜନାକୁ ୧୮୭୯ କୋଟି

ଭୁବନେଶ୍ୱର : ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବର୍ଷ ୨୦୨୩-୨୪ର ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ଏହି କୃଷି ବଜେଟରେ କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୧୮୭୯ କୋଟିର ବ୍ୟୟବରାଦ କରିଛନ୍ତି ।

Leave A Reply

Your email address will not be published.