oom

ମହିଳାଙ୍କଠାରୁ ସୁନା ଗହଣା ଥିବା ବ୍ୟାଗ୍ ଲୁଟ୍‌ ଅଭିଯୋଗ

jsmm

ଚମ୍ପୁଆ : ଚମ୍ପୁଆ ଟାଉନ୍ ହଲ୍ ନିକଟରେ ଜଣେ ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଥାନା ଉର୍ତ୍ତି ଗ୍ରାମର ସୁମନ୍ତ ମହାକୁଡଙ୍କ ସ୍ତ୍ରୀ ମୌସୁମୀ ମହାକୁଡ ତାଙ୍କ ବାପା ପ୍ରଦୀପ କୁମାର ପ୍ରଧାନଙ୍କ ସହ ଚମ୍ପୁଆ ଆଇସିଆଇସିଆଇ ବ୍ୟାଙ୍କରେ ବନ୍ଧକ ଥିବା ସୁନା ମୁକୁଳାଇବାକୁ ଆସିଥିଲେ । ଆଜି ଦିନ ପ୍ରାୟ ୧୨.୩୦ରେ ବ୍ୟାଙ୍କରେ ଟଙ୍କା ଦେଇ ବନ୍ଧକ ଥିବା ଦୁଇଟି ସୁନା ମୁଦି, ଗୋଟେ ସୁନା ହାର ଓ ଗୋଟେ ସୁନା ଚେନ୍ ମୁକୁଳାଇ ନିଜ ଭ୍ୟାନିଟିରେ ରଖି ଚମ୍ପୁଆ ଧଳାଡିହ ସ୍ଥିତ ମାମୁଁ ଘରକୁ ନିଜ ବାପାଙ୍କ ସହ ଏକ ବାଇକରେ ଯାଉଥିବା ବେଳେ ଚମ୍ପୁଆ ଟାଉନ୍ ହଲ୍ ନିକଟରେ ଦୁଇ ଜଣ ଯୁବକ ପଛ ପଟୁ ଏକ ବାଇକରେ ଆସି ଭ୍ୟାନିଟି ବ୍ୟାଗ୍ ଟିକୁ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ମହିଳା ଜଣକ ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଥିବା ବେଳେ ଖବର ପାଇ ଚମ୍ପୁଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.