କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଳେଶ୍ୱର : କାଜୁ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ଟା ବେଳେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ କାଜୁ ଜଙ୍ଗଲ ଦେଇ ଜଣେ ମହିଳା କୌଣସି କାମରେ ଯାଇଥିବା ବେଳେ ଏକ ନବଜାତ ପିଲାର କାନ୍ଦ ଶବ୍ଦ ଶୁଣିଥିଲେ । ମହିଳା ଜଣକ କାଜୁ ଜଙ୍ଗଲ ବୁଦା ମୂଳରେ ନବଜାତ ଶିଶୁ କନ୍ୟାଟିକୁ ପାଇ ସଂଗେ ସଂଗେ ହାତୀଗଡ଼ ହସ୍ପିଟାଲକୁ ଆଣିଥିଲେ । ପିଲାଟିର ଛାତିରେ କଟା ଦାଗ ଥିବାର ଦେଖିବାକୁ ମିଳିଛି । ଡାକ୍ତର ପିଲାଟିର ଚିକିତ୍ସା କରିଥିଲେ । ପିଲାଟି ସୁସ୍ଥ ଥିବାର ଦେଖିବାକୁ ମିଳିଛି । ଜନ୍ମର କିଛି ଘଣ୍ଟା ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.