oom

‘ପରିଚୟ’ ଅନୁଷ୍ଠାନ ତରଫରୁ ଯୁବ କଳାକାର ସମାବେଶ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ମଧୁମଣ୍ଡପ ଠାରେ ‘ପରିଚୟ’ ଅନୁଷ୍ଠାନ ତରଫରୁ ଏକ ଯୁବ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ୱ ଓ ନାଟ୍ୟ ନିର୍ଦ୍ଦେଶକ ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଯୁବ କଳାପ୍ରତିଭାମାନେ ଯୋଗ ଦେଇଥିଲେ । ‘ପରିଚୟ’ ଅନୁଷ୍ଠାନ ତରଫରୁ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ସହିତ ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ଯଥା ନାଟ୍ୟକାର ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ଅଭିନେତା ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଅଭିନେତା ନିର୍ଦ୍ଦେଶକ ବିଜୟ କୁମାର ଭୋଳ, ଅଭିନେତା ସଂଗଠକ ଅଶୋକ କୁମାର ବଳ, ଯୁବ ନାଟ୍ୟକାର ପ୍ରଭାକର ପାତ୍ର, ଅଭିନେତା ତଥା ନିର୍ଦ୍ଦେଶକ ମୁରଲିଧର ଦାସ, ଅଭିନେତା ଓ ସଂଗଠକ ବିଜୟ କୁମାର ପାତ୍ର, ଆଦର୍ଶ ପାଠାଗାରର ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅଭିନେତା ରାଜେଶ ରାୟ, ପ୍ରଳୟ ଶତପଥୀ, ଅଭିନେତ୍ରୀ ବବିତା ମହାଳିକ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମିଶ୍ର, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ହରିଶଙ୍କର ମିଶ୍ର, ଅଧ୍ୟାପକ ସୁଶାନ୍ତ ମହାନ୍ତି, ଅଭିନେତ୍ରୀ ତଥା ଓଡିଶୀ ନୃତ୍ୟଗୁରୁ ପୁଷ୍ପା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଯୁବ କଳାକାରଙ୍କୁ ବିସ୍ତୃତ ଧାରଣା ଦେଇଥିଲେ । ସଫଳ କଳାକାର ହେବାକୁ ହେଲେ ଶୃଙ୍ଖଳିତ ସହ ଅଧ୍ୟୟନ ଓ ନାଟକ ସହ ସଂପୃକ୍ତି ରହିବାର ଆବଶ୍ୟକତା ରହିଛି । ମଣିଷର ଜୀବନଶୈଳୀ ବଦଳାଇବାରେ ନାଟକର ଭୂମିକା ସଂପର୍କରେ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ମହାବିଦ୍ୟାଳୟରୁ ୯୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ନାଟକ ପାଇଁ ପ୍ରଭାକର ପାତ୍ର, ଦ୍ୱିତୀୟ ଶ୍ରେଷ୍ଠ ଖଳନାୟକ ଚରିତ୍ର ପାଇଁ ଅନିଲ ବେହେରା ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ମହାପାତ୍ରଙ୍କୁ ଜୁରୀ ପୁରସ୍କାର ସହ ଏକକ ନୃତ୍ୟରେ ଶ୍ରେଷ୍ଠ ନୃତ୍ୟଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କଳାକାରମାନଙ୍କୁ ନେଇ ପରବର୍ତ୍ତୀ ସମୟରେ ନାଟ୍ୟ ସଂପାନ, କର୍ମଶାଳା ଓ ନାଟକ ମଞ୍ଚସ୍ଥ କରିବା ନିମନ୍ତେ ପ୍ରସ୍ତାବ ପାରିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ପାତ୍ରଙ୍କ ସମେତ ସଭାପତି ଅଶୋକ କୁମାର ସେଠୀ, ଉପସଭାପତି ପଞ୍ଚାନନ ମହାପାତ୍ର, ସହସଂପାଦକ ସୂର୍ଯ୍ୟରଶ୍ମି ଦାଶ, ପ୍ରଜ୍ଞା ପରମିତା ପାଣିଗ୍ରାହୀ, ସଚଳାନନ୍ଦ ବରାଳ, ସ୍ମାରକ ଅନୁରାଗ, ଜନ୍ମେଜୟ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.