ବାବା ବଟେଶ୍ୱର ମନ୍ଦିରରେ ଜାଗର ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଜିଏମ ଏବଂ ଇଏମ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ବାବା ବଟେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ନଦୀ ପଣ୍ଡା ଓ କର୍ତ୍ତା ଭାବେ ବିକି ମହାପାତ୍ର ତଥା ତାଙ୍କ ପତ୍ନୀ ରିଙ୍କି ମହାପାତ୍ର ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ କମିଟି ତରଫରୁ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ସଂଖ୍ୟାରେ ବହୁ ଭକ୍ତମାନେ ଯୋଗଦେଇ ଜାଗର ଜାଳିବା ସହ କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ଲିଟୁ, ବୁବୁ, ଧୀରେନ, ନୀଳ, କର, ଆଲୋକ, ରାଜା, ସୁନିଲ୍, ସୁରେଶ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.