csstore

ଓଡିଶା କଳାକାର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କଳାକାର ପ୍ରିମିୟର ଲିଗ୍ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଏହା ଯେ ସମସ୍ତ କଳାକାରମାନଙ୍କ ମଧ୍ୟରେ କେମିତି ସୁସଂପର୍କ ରହିବ, ସମସ୍ତଙ୍କ ମଧ୍ୟରେ ପରିଚୟ ସୃଷ୍ଟି କରିବା ଏବଂ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା । ସର୍ବ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ଖେଳ ଆରମ୍ଭ କରାଯାଇଥିଲା । ଏହି ଦୁଇ ଦିନିଆ ମ୍ୟାଚ୍‌ରେ ସମସ୍ତ ଜିଲ୍ଲାର କଳାକାର ସାମିଲ ହୋଇଥିଲେ । ମୋଟ ୧୪ଟି ଟିମ୍ ମ୍ୟାଚ୍‌ ଖେଳିଥିଲେ । ଶେଷରେ ଫାଇନାଲ୍‌ ମ୍ୟାଚ୍‌ରେ ଜୁନିୟର ଫାଇଟରକୁ ପରାସ୍ତ କରି ବଲାଙ୍ଗିର ଲାୟନ୍ସ ବିଜୟ ହାସଲ କରିଥିଲା । ଏହି ଖେଳରେ ଗାନ୍ଧୀ ଷ୍ଟାଡିୟମର ଅମ୍ପାୟାର ଦାୟିତ୍ୱ ପୃଥ୍ୱୀରାଜ ମିଶ୍ର, ରମେଶ ସେଠ ପ୍ରମୁଖ ତୁଳାଇଥିବା ବେଳେ ସକାଳେ ମୁଖ୍ୟ ଅତିଥି ଭାବେ ଏକ୍ସନ କମିଟି ସଭାପତି ଗୋପାଳଜୀ ପାଣିଗ୍ରାହୀ, ୟୁଥ ଏକ୍ସନ କମିଟିରର ସଭାପତି ବିନୋଦ କାଲସାଏ, ବିକାଶ ସା, ଶ୍ରୀପଦା ଷଡଙ୍ଗୀ, ସଞ୍ଜୀବ ସାହୁ, ସୋମନାଥ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି ପ୍ରମୁଖ ସମାଜସେବୀ ଯୋଗଦେଇ ଉତ୍ସାହିତ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମନ ନାଗ, ଗୋପାଳ ପଧାନ, ଅନିତା ତ୍ରିପାଠୀ, ଅଭିଷେକ ଦାଶ, ସ୍ୱରୂପା ସିଂହ, ମାଧବ ବାରିକ, ବେନିମାଧବ ବେଦବାକ ଯୋଗ ଦେଇଥିଲେ । ଏହି ମ୍ୟାଚ୍‌କୁ ସରୋଜ କୁମାର, ସମୀର ଏସ୍‌କେ, ପ୍ରଶାନ୍ତ ନାଏକ, ବିନୋଦ କାଲସାଏ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.