p purohi

ଜର୍ଜଗଡ଼ ଗ୍ରାମର ମୃତ ନମିତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟର ପ୍ରତିଶୃତି

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର ନମିତା ଶତନାମୀ(୨୧)ଙ୍କୁ ଗତ ୧୬ ତାରିଖ ଦିନ ସକାଳ ପ୍ରାୟ ୯ଟା ସମୟରେ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଆଗରୁ ଲୁଚି ରହିଥିବା ଇନ୍ଦ୍ର ଧରୁଆ ନମିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିଲା । ନମିତାଙ୍କ ବାପା ମାଧବ ଶତନାମୀ ଜଣେ ଗରିବ ଲୋକ, ସେ ଅତି କଷ୍ଟରେ ନିଜ ପରିବାର ପୋଷଣ କରନ୍ତି । ଏହି ଘଟଣା ବିଷୟରେ ବିଡ଼ିଓଙ୍କୁ ସାମାଜିକ କର୍ମୀ ବଡ ଶତପଥି ଅବଗତ କରାଇବାରୁ ମଙ୍ଗଳବାର ବିଡ଼ିଓ ସୁରେନ୍ଦ୍ର ନାଥ ସାହୁ, ଏବିଡିଓ ଦେବାଶିଷ ସିଂହା, ସରପଞ୍ଚ ପ୍ରତିନିଧି ଧନସିଂହ ତାଣ୍ଡି, ପିଇଓ ଜୋମୋବତୀ ମାଝୀ ଓ ବଡ ଶତପଥି ଜର୍ଜଗଡ଼ ଯାଇ ମାଧବ ଶତନାମୀଙ୍କୁ ୩୦ କି.ଗ୍ରା. ଚାଉଳ ଓ ୨ ହଜାର ଟଙ୍କା ପ୍ରଦାନ କରିବା ସହ ତାଙ୍କର ନିର୍ମାଣାଧୀନ ଘର ପାଇଁ କିଛି ଟଙ୍କା ସାହାଯ୍ୟ, ଗୋଟିଏ ପାଇଖାନା ନିର୍ମାଣ ଓ ରେଡ଼କ୍ରସ୍‌ରୁ ଆର୍ଥିକ ସାହାଯ୍ୟ ପାଇଁ ଚେଷ୍ଟା କରିବୁ ବୋଲି କହିଥିଲେ ।

nrusinghnath
Leave A Reply

Your email address will not be published.