oom

ଚୋରି ସାମଗ୍ରୀ ରଖି ଚଢା ଦରରେ ବିକିବା ମହଙ୍ଗା ପଡିଲା ଢାବା ମାଲିକଙ୍କୁ : ସଦର ପୁଲିସ ହାତରେ ଧରାପଡି ଜେଲ ଗଲେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରି ସାମଗ୍ରୀ ରଖି ଚଢା ଦରରେ ବିକ୍ରି କରି ଅନେକ ଲାଭ ପାଉଥିଲେ ଜଣେ ଢାବା ମାଲିକ । କଥାରେ ଅଛି, ‘ଅନ୍ୟାୟର ଧନ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ’ । ତେବେ ଏହି ଘଟଣାଟି ଘଟିିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଭାନପୁର ଗ୍ରାମରେ ଥିବା ମାହେଶ୍ୱରୀ ଢାବାରେ । ତେବେ ଚୋରି ସମାଗ୍ରୀ ରଖି ଚଢା ଦରରେ ବିକିବା ମହଙ୍ଗା ପଡିଛି ଏହି ମାହେଶ୍ୱରୀ ଢାବାର ମାଲିକ ନିଳାମ୍ବର ମାହାର(୩୭)ଙ୍କୁ । ସଦର ପୁଲିସ୍‌ ଘଟଣା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଢାବାରେ ଚଢାଉ କରି ଗ୍ୟାସ୍‌ରେ ଭର୍ତ୍ତି ଥିବା ୧୪ଟି ଇଣ୍ଡିଆନ ଗ୍ୟାସ୍‌ ସିଲିଣ୍ଡର, ୬ଟି ଖାଲିଥିବା ଭାରତ ଗ୍ୟାସ୍‌ ସିଲିଣ୍ଡର, କୌଣସି ନାମ ନଥିବା ଗୋଟିଏ ଖାଲି ଗ୍ୟାସ୍‌ ସିଲିଣ୍ଡର, ୨୦୦ ଲିଟର ବିଶିଷ୍ଟ ଡିଜେଲ୍‌ ଭର୍ତ୍ତି ୨ଟିଣ ଜାର୍‌, ପ୍ଲାଷ୍ଟିକ୍‌ ଜାର୍‌ରେ ଥିବା ୪୩୦ ଲିଟର ଡିଜେଲ୍‌, ୨ କେଜି ବିଶିଷ୍ଟ ୫ଟି ଖାଲି ଗେସ୍‌ ସିଲିଣ୍ଡର, ୫ କେଜି ବିଶିଷ୍ଟ ଗୋଟିଏ ଚୁଲ୍‌ହା ଲାଗିଥିବା ସିଲିଣ୍ଡର, ୧ ଏଚ୍‌ପି ବିଶିଷ୍ଟ ଗୋଟିଏ ବିଦ୍ୟୁତ୍‌ ଚାଳିତ ପାଣି ମଟର, ହାଫ୍‌ ଏଚ୍‌ପି ବିଶିଷ୍ଟ ଏକ ବିଦ୍ୟୁତ୍‌ ଚାଳିତ ପାଣି ମଟର, ହାଫ୍‌ ଏଚ୍‌ପି ବିଶିଷ୍ଟ ଏକ କିରୋସିନୀ ମଟର, ୨୫୦ ୱାଟ୍‌ ବିଶିଷ୍ଟ ୩ଟି ଏଲ୍‌ଇଡି ହାଇଲୋଜେନ୍‌, ୧୦୦ ମିଟର ବିଦ୍ୟୁତ୍‌ ତାର, ୨ଟି ପିକା ଯାହାକି କିରୋସିନୀ ଓ ଡିଜେଲ ବାହାର କରିବାରେ ସହାୟକ ହେଉଥିଲା, ୨ ମିଟର ଲମ୍ବର ଗୋଟିଏ ପ୍ଲାଷ୍ଟିକ ପାଇପ୍‌ ଆଦିକୁ ଜବତ କରଥିବା ବେଳେ ଘଟଣାକୁ ନେଇ ଢାବା ମାଲିକ ନିଳାମ୍ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ବୋଲି ସଦରଥାନା ଆଇଆଇସି ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.