ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକଠାରେ ବିଶ୍ୱ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ସାହିତ୍ୟିକ, ଗାଳ୍ପିକ ତଥା ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ ପୂର୍ବକ ମାତୃଭାଷାର ଗୁରୁତ୍ୱ ଓ ଭାଷା ଭାବ ବିନିମୟର କିପରି ମାଧ୍ୟମ ଅଟେ, ତାହା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହା ବ୍ୟତୀତ ଶିଶୁମାନଙ୍କ ମଧ୍ୟରେ ଗୀତ ଆବୃତ୍ତି, ଅଭିନୟ, କବି ଓ ଲେଖକମାନଙ୍କ ବେଶ, ଅନ୍ତାକ୍ଷରୀ, କୁଇଜ ପ୍ରଭୃତି ପ୍ରତିଯୋଗିତା ହେବା ସହ ବିଭିନ୍ନ ଲେଖକ, କବିମାନଙ୍କର ଫଟୋଚିତ୍ର ଓ ବିଭିନ୍ନ ପୁସ୍ତକ ପ୍ରଦର୍ଶନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ଓ କାର୍ଯ୍ୟକ୍ରମ ପ୍ରମୁଖ ସୁଶ୍ରୀ ମଧୁଛନ୍ଦା ସାହୁ ମଞ୍ଚାସୀନ ରହି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗ ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave A Reply

Your email address will not be published.