ଶୌଚ ହେବାକୁ ‌ଯାଇଥିବା ବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୁହାଳଡିହି ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡିଛି । ମୃତକ ଜଣଙ୍କ ସେହି ଗ୍ରାମର ୬୦ ବର୍ଷୀୟ ଦୟାନନ୍ଦ ସୁତାର ବୋଲି ସୂଚନା ମିଳିଛି । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଏକ ଦନ୍ତାହାତୀ ଚଳପ୍ରଚଳ କରୁଥିଲା । ଆଜି ସକାଳୁ ଏହି ହାତୀ ଜଣଙ୍କ ଜୀବନ ନେଇଥିବା ଅଭିଯୋଗ କରି ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ପୁଲିସ ଓ ବନ କର୍ମଚାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.