ଡି. କର୍ଲାଖୁଣ୍ଟା ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୁମାଭଟା ଦଳ ଚାମ୍ପିୟନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡି. କର୍ଲାଖୁଣ୍ଟା ଠାରେ ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମ. ରାମପୁର ରାଜ ପରିବାରର ଯୁବ ଓ ଉଦିୟମାନ ନେତା ନୀଳମାଧବ ସିଂହଦେଓ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସ୍ନିଗ୍ଧା ରଣା, ପୋଲିସ ଅଧିକାରୀ ଲବ ଛତ୍ରିଆ, ମଦନପୁର ପେସ୍କ ସଭାପତି ହରି ମହାନନ୍ଦ, ପରମାନନ୍ଦ ଛତ୍ରିଆ, ଗଜିନ୍ଦ୍ର ପାତ୍ର, ସୁଧୀର ସେନାପତି, ଲିଙ୍ଗରାଜ ବିଭାର, ମାଣେକେରା ପଂଚାୟତ ପୂର୍ବତନ ଫକିର ରଣା, ରାଜୀବ ପୁଝାରୀ, ୱାର୍ଡ ମେମ୍ବର ଶ୍ରୀମତୀ ପୂର୍ଣ୍ଣିମା ଭୋଇ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉଭୟ ଦଳଙ୍କୁ ନଗଦ ଅର୍ଥ ରାଶି ସହ ପୁରସ୍କାର ବିତରଣ କରିଥିଲେ । ପ୍ରଥମେ ଧୁମାଭଟା ଦଳ ଟସ୍ ଜିତି ୧୦ ଓଭରରେ ୧୧୭ ରନ୍‌ ସଂଗ୍ରହ କରିଥିବା ବେଳେ ଜବାବରେ ବଗାଡ ଦଳ ୧୦ ଓଭରରେ ୧୦୦ ରନ୍‌ କରିଥିଲେ । ଫଳରେ ଧୁମାଭଟା ଦଳ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇ ବିଜୟ ଲାଭ କରିଥିଲେ । କମିଟିର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ଜୟନ୍ତ ଛତ୍ରିଆ କୋଷାଧ୍ୟକ୍ଷ ଗୁଣନିଧିଙ୍କ ସହ ଚିଙ୍କୁନୁ, ନରେଶ, ଗୁରୁଦେବ, ସୁଶାନ୍ତ, ସୁଲଶିଙ୍ଗ, ଲୋଚନ, ପଙ୍କଜ, ଗୋବର୍ଦ୍ଧନ, ପୁରସ୍ତମ ପ୍ରମୁଖ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଖେଳ ପରିଚାଳନା ପୁରସ୍ତମ ଛତ୍ରିଆ ଓ ଆଶିଷ ପୁଝାରୀ, ସ୍କୋର ବୋର୍ଡ ଦାୟିତ୍ୱରେ ନିତ୍ୟା ଏବଂ କମଲ ଲୋଚନ ଧଙ୍ଗଡା ମାଝୀ ଓ ସଞ୍ଜୟ ଛତ୍ରିଆ ଏବଂ ବଲଦେବ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.