ଦୁର୍ଗମ ବଣ୍ଡା ଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ଦୁର୍ଗମ ବଣ୍ଡାଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ମାଥିଲି ବନାଞ୍ଚଳ ବିଭାଗ ପକ୍ଷରୁ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଣ୍ଡା ଘାଟିରେ ପୋଡୁ ଚାଷ ପାଇଁ ଗ୍ରାମବାସୀ ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିଲେ । ଯାହା ଫଳରେ ମୂଲ୍ୟବାନ ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁ ପୋଡି ନଷ୍ଟ ହେଉଥିଲେ । ତେଣୁ ମାଥିଲି ଓ ଖଇରପୁଟ ବନସୁରକ୍ଷା ସମିତି ଓ ବନବିଭାଗ ପକ୍ଷରୁ ଦୁର୍ଗମ ବାଉଁଶପଡା ଗ୍ରାମରେ ଆଦିମ ବଣ୍ଡା ଜନଜାତିଙ୍କୁ ନେଇ ଏକ ଜନ ସଚେତନତା ସଭା ହୋଇଛି । ଏହି କାର୍ଯ୍ୟକ୍ରମରେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଓ ବନକର୍ମଚାରୀ ମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ଜଙ୍ଗଲରେ ନିଆଁ ନଲଗାଇବା, ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ବୁଝାଇ ଥିଲେ । ଏହି ସଭାରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଆଦିମ ବଣ୍ଡା ଜନଜାତି ଲୋକେ ଶପଥ ପାଠ କରିଥିଲେ ।

Leave A Reply

Your email address will not be published.